ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଏଫଓ କେନ୍ଦୁପତ୍ର ବିଭାଗ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆଲୋଚନା

ଡିଏଫଓ କେନ୍ଦୁପତ୍ର ବିଭାଗ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆଲୋଚନା

ପାଟଣାଗଡ ତା ୨୯/୩ ଆଜି ପାଟଣାଗଡ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଡି.ଏଫ.ଓ ଙ୍କ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପ୍ରତିନିଧି ଦଳ ଶ୍ରମିକ ଓ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ l କର୍ମଚାରୀ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ମୁନସୀ, ଚପରାଶି, ଚେକର ମାନଙ୍କ ମାସିକ ଦରମା ପ୍ରତି ମାସ ୫ ତାରିଖ ମଧ୍ୟରେ ପ୍ରଦାନ କରିବା, ମୃତ କର୍ମଚାରୀ ମାନଙ୍କ ପରିବାର ସଦସ୍ୟ ଙ୍କୁ ଗ୍ରାଚୁଇଟି ପ୍ରଦାନ, ନୂତନ ଫଡ଼ି ଗୃହ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରତ୍ୟେକ କେନ୍ଦୁପତ୍ର ସେକ୍ସନ ରେ ଫରେଷ୍ଟର କାର୍ଯ୍ୟାଳୟ ନିର୍ମାଣ,ଯୋଗିମୁଣ୍ଡା ରେଞ୍ଜ ରେ ୧୯୯୩ ମସିହା ରୁ କାର୍ଯ୍ୟରତ ଚେକର ଗନ୍ଧର୍ବ ବରିହା କୁ ବନ୍ଧେଇ ଚେକର ପଦବୀ କୁ ପଦୋନ୍ନତି,ବିଭାଗୀୟ ମୁନ୍ସୀ ଲଳିତ ମଳିକ କୁ ଚେକର ପଦବୀ କୁ ପଦୋନ୍ନତି,ବର୍ତ୍ତମାନ ବଜାର ଦର ବୃଦ୍ଧି ଅନୁସାରେ ଢ଼ଳେଇ ରଚେଇ ପାଇଁ ଦିଆଯାଉଥିବା ୫00 ଟଙ୍କା କୁ ୧୫00 ଟଙ୍କା କୁ ବୃଦ୍ଧି, କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ବିଭାଗ ତରଫରୁ ପ୍ରତିବର୍ଷ ୟୁନିଫର୍ମ ପ୍ରଦାନ,ଚେକର ମୁନ୍ସୀ, ଚପରାଶି, ବନ୍ଧେଇ ଚେକର, ସର୍କଲ ଚେକର, ଋତୁକାଳୀନ ଚେକର କର୍ମଚାରୀ ମାନଙ୍କୁ ସାଇକଲ ଭତ୍ତା, ଟିଏ, ଡିଏ, ବୋନସ ଇତ୍ୟାଦି ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା l ଆଲୋଚନା ବେଳେ ସଂଘ ର ଉପସଭାପତି ଚନ୍ଦ୍ରମଣି ବାଗ ଶ୍ରୀ, ସମ୍ପାଦକ ଲଳିତ ମଲ୍ଲିକ,ବାଲମକନ୍ଦ କୁଅଁର, ଭୀଷ୍ମ ମଲ୍ଲିକ,ପଞ୍ଚାନନ ଧରୁଆ, ପାଣ୍ଡବ ଭୁଏ, ବସୁଦେବ ରାଏ, ଶେଷ ଦବ ପଟେଲ,ଦାମ୍ବୋଦର ମଲ୍ଲିକ,ପ୍ରଶୁ ଧରୁଆ, ମନୋଜ ମଲ୍ଲିକ, ବିଦେଶୀ ଜାଲ କମଲ ଲୋଚନ ପ୍ରଧାନ, ନରସିଂହ ମେହେର, କାର୍ତ୍ତିକ ବନଛୋର ହରେକୃଷ୍ଣ ବାଗ,ସନୁ ଧରୁଆ,ଶୁକରାମ ଧରୁଆ, କରୁଣା ବଗର୍ତ୍ତି,ମଦନ ଥପା ଶ୍ରମିକ ନେତା ଗିରିଧାରୀ ଭୋଇ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅସାଧୁ ଅଧିକାରୀ ସହ ମଧୁଚନ୍ଦ୍ରକାରେ ଏମ୍ ସି ଏଲ୍ ଜାଗାରେ ଗଢି ଉଠୁଛି ଦୋକାନ, ଗୋଦାମ ଓ ଭଡା ଘର 

Sunil Chandra Nayak

ଗୁରୁକୃପା ଡିଗ୍ରୀ କଲେଜ ଉଦ୍ଦଘାଟନ

Sunil Chandra Nayak

ରାଜନଗର ଆରଡି ବିଭାଗର ଘୋଟାଲା,ରାତିରେ ପିଚୁ ରାସ୍ତା ରିପ୍ୟାରିଂ ନାରେ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

Leave a Comment

error: Content is protected !!