ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ୱ ରେ ଆଜି ବିଦ୍ୟାଳୟର ବରିଷ୍ଠ ଇତିହାସ ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ରଙ୍କ ଚାକିରୀରୁ ଅବସର ପରିପେକ୍ଷିରେ ଏକ ସଭା ଅନୁଷ୍ଠିତ ହୋଇଯାଇ ଅଛି।ଏହି ଅବସରରେ ବିଦ୍ୟାଳୟ ର ଆଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ, ସବିତା ପାଇକରାୟ, ସରିତା ସାମନ୍ତରାୟ, ପଦ୍ମାଳୟା ଦଣ୍ଡସେନା, ମୂର୍ତ୍ତି ମଞ୍ଜରୀ ପଣ୍ଡା, ସୁଜାତା ମହାନ୍ତି ଆଧ୍ୟାପକ ବଙ୍କିମ ମୁଣ୍ଡ, ସଂଜୀବ ମୁଣ୍ଡ, ସରୋଜ ମେହେର ତଥା ଅଣଶିକ୍ଷକ କର୍ମଚାରୀ ଡମ୍ବରୁ ଧର ନାଏକ, ସୁଶାନ୍ତ ପଟ୍ଟଯୋଶୀ, ମନୋଜ ସେଠି, ଭାଗ୍ୟବତୀ ମିଶ୍ର, ସୁଜାତା ସାହୁ,ଜାନକୀ ବେହେରା,ସୁଶୀଲା ବାଗ, ଫୁଲ ଦେଇ, ଅଶ୍ୱିନ ମେହେର ଆଦି ତଥା ଅବସରପ୍ରାପ୍ତ କର୍ମଚାରୀ କୁନୁ ପ୍ରଧାନୀ ଶ୍ରୀମତୀ ମିଶ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଅନୁଷ୍ଠାନ ପ୍ରତି ମହାବିଦ୍ୟାଳୟ ପ୍ରତିଷ୍ଠା ୧୯୯୨ ଠାରୁ ଆଜିପର୍ଯ୍ୟନ୍ତ ତାଙ୍କ ଦୀର୍ଘ ୩୩ ବର୍ଷର ସମର୍ପିତ ସେବାର ଭୁରିଅସୀ ପ୍ରଶଂସା କରିଥିଲେ l ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ଉତ୍ତରୀୟ, ଉପଢ଼ୋକନ ତଥା ସମ୍ବର୍ଦ୍ଧନା ପତ୍ର ପ୍ରଦାନ ପୂର୍ବକ ଶ୍ରୀମତୀ ମିଶ୍ରଙ୍କୁ ସମ୍ମାନିତକରି ଥିଲେ l ସଭାକାଯ୍ୟକୁ ଅଧ୍ୟାପକ ସଂଜୀବ ମୁଣ୍ଡ ପରିଚାଳନା କରିଥିବାବେଳେ ଶ୍ରୀ ଲକ୍ଷପତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ -ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା  -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ   

masiha

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଘର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

masiha

Leave a Comment

error: Content is protected !!