ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର 

ବାଇକ୍ ଦୁର୍ଘଟଣା, ଜଣେ ଗୁରୁତର 

କୋକସରା,୩୦/୩ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡଙ୍ଗରୀଗୁଡା ଢାବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ଗୌଡଛେଣ୍ଡିଆ ଗ୍ରାମର ଧବଳେଶ୍ଵର ବାରିକ(୪୫) ବୋଲି ଜଣାପଡ଼ିଛି। ଧବଳେଶ୍ଵର ଶନିବାର ଜୟପୁରରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଜାତୀୟ ରାଜପଥର ଡଙ୍ଗରୀଗୁଡା ନିକଟରେ ଭାରସାମ୍ୟ ହରାଇ ରୋଡ଼ ଡିଭାଇଡରରେ ପିଟିହୋଇ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ତେବେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍

Related posts

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଚାଉଳ ବଣ୍ଟନରେ ଅନିମିୟତାକୁ ନେଇ, କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ପଞ୍ଚାୟତ ବାସି

Sunil Chandra Nayak

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

masiha

Leave a Comment

error: Content is protected !!