ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ 

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ 

ଜୁନାଗଡ଼, ୧/୪(ମ ନି ସ)ଜୁନାଗଡ଼ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରାଯାଇ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଵୀଣାପାଣି ସାମନ୍ତ, ସମ୍ମାନିତ ଅତିଥି ଭାବେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା , ଧାମନପୁର ଉଚ୍ଚ ବିଦ୍ୟାଳୟ ର ଵିଜ୍ଞାନ ଶିକ୍ଷକ ସମୀର ରଞ୍ଜନ ଠେଲା ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏନସିସି ଅଫିସର୍ ସନ୍ତୋଷ କୁମାର ମେହେର ସଭା ପରିଚାଳନା କରିଥିଲେ । 

 ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସର ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ର କ୍ରୀଡା ଶିକ୍ଷକ ବିଜୟ କୁମାର ନାଏକ ଏଵଂ ସହକାରୀ ଶିକ୍ଷକ ଜନ୍ମେଜୟ ନାଏକ ଙ୍କ ପରିଚାଳନା ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉତ୍ସଵ ର ଵିଭିନ୍ନ କାର୍ଯ୍ୟକ୍ରମ ରେ ବରିଷ୍ଠ ଵିଜ୍ଞାନ ଶିକ୍ଷକ ସୁଶୀଳ କୁମାର ନାଗ, ଗୋପାଳ କୃଷ୍ଣ ମିଶ୍ର, ରୁପ୍ କେଶ୍ଵରୀମୁଣ୍ଡ, ଵିଶ୍ଵନାଥ ସାହୁ, ସିଦ୍ଧାର୍ଥ ଭୋଇ,ରୀନା କୁମାରୀ ବେହେରା, ଗିରିଜା ନାଏକ, ମଞ୍ଜୁଲତା ବାରିକ, ସୁନିତା ମିଶ୍ର,ପ୍ରଦୀପ ପ୍ରଧାନ, ସୁବ୍ରତ କୁମାର ପାଣିଗ୍ରାହୀ, କମଳିନୀ ପଧାନ, ଦେଵେଶ୍ଵରୀ ନାଏକ, ରାକେଶ ବିଶ୍ଵାଳ, ବିଭୁତି ଚଲାନ, ରିନା ସାହୁ ସହ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ । ଓଡ଼ିଆ ଅଧ୍ୟାପକ ଜୟନ୍ତ କୁମାର ସୁନା ଧନ୍ୟଵାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

Fatal Road Accident in Bandhugaun Block

masiha

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଡାବୁଗାଁ ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

Sunil Chandra Nayak

Leave a Comment

error: Content is protected !!