ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ ମହୁଛେ ଫଲ୍‌ସା ଫୁଲ୍

ମନ୍ ମହୁଛେ ଫଲ୍‌ସା ଫୁଲ୍

ବଲାଙ୍ଗୀର // ବସନ୍ତ ଋତୁ ଆଗମନର ବାର୍ତ୍ତା ଦିଏ ପଳାସ ଫୁଲ । ପଳାସ ଫୁଲର ଅପରୂପ ଆଭାରେ ସଜେଇ ହୁଏ ପ୍ରକୃତିରାଣୀ। ଗଛରେ ପେନ୍ଥା ପେନ୍ଥା ପଳାସ ଫୁଲ ପରିବେଶକୁ ରଙ୍ଗୀନ କରିଦିଏ। ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପଳାସ ଫୁଲ ଯୋଗୁଁ ଏବେ ସାରା ପରିବେଶ ରଙ୍ଗୀନ ଓ ମନଲୋଭା ।

ରାସ୍ତା କଡରେ ଥିବା ପଳାସ ଫୁଲକୁ ଦେଖିଲେ କବି ଓ ଭାବୁକ ପ୍ରାଣ ପୁଲକିତ ହେଉଛି। ପ୍ରତିଟି ଜୀବନରେ ଉଲ୍ଲାସ ଭରି ଯାଉଛି। ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ କରିଥାଏ । ଜୀବନରେ ଭରିଯାଏ ଉଲ୍ଲାସ I ସକାଳ ହେଉ କି ସଞ୍ଜ ପଳାଶ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ I ପଳାସ ଫୁଲ ପଶ୍ଚିମ ଓଡିଶାର ସବୁ ଜାଗାରେ ପ୍ରାୟତଃ ଦେଖୁବାକୁ ମିଳିଥାଏ। ଫୁଲର ବାସ ନାହିଁ ସତ ଅଥଚ ଏହା ମା’ ମଙ୍ଗଳାଙ୍କ ପ୍ରିୟ I ପଶ୍ଚିମ ଓଡ଼ିଶାରେ ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ଦଣ୍ଡ ଯାତ୍ରାର ପୂଜାବିଧୂରେ ବହୁଳ ବ୍ୟବହାର ପ୍ରଚଳିତ । ତନ୍ତ୍ର ପରମ୍ପରାରେ ମଧ୍ଯ ପଳାସ ଫୁଲର ବହୁବିଧ ପ୍ରୟୋଗ ରହିଛି। ପଳାସ ଫୁଲର ଶୋଭା କବି ମନକୁ ବିଭୋର କରେ । ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣନା ରହିଛି। ପ୍ରାଚୀନ ଲୋକ ସାହିତ୍ୟରେ ପଳାସ ଫୁଲକୁ ନେଇ ଅନେକ ଛନ୍ଦ, କବିତା, ଗୀତ, ଢଗ ଓ ବଲାଣୀ ରହିଛି । ପଶ୍ଚିମ ଓଡିଶାରେ ବହୁ ପ୍ରଚଳିତ ଢଗ ହେଉଛି ‘ଦେଖେନ୍ ସୁନ୍ଦରୀ ଫଲସା ଫୁଲ୍ ।

ଏହି ଫୁଲକୁ ଦେଖ୍ ରାସ୍ତାରେ ଯାଉଥିବା ଲୋକେ ଫଟୋ ଉଠାଇ ଆନନ୍ଦ ନେଇଥାନ୍ତି । କଣ୍ଟାବାଞ୍ଜି ର ଅନେକ ଅଞ୍ଚଳରେ ଶ୍ଵେତ ପଲାସ ଫୁଲ ଦେଖିବାକୁ ମିଳେ । ଶ୍ଵେତ ପଳାସର ବହୁ ମୂଲ୍ୟ । ଏଥିପାଇଁ ପଶ୍ଚିମ ଓଡିଶାର ଅନେକ ଲୋକ ବାଉଳା ହୋଇ ଖୋଜି ବୁଲନ୍ତି ଶ୍ଵେତ ପଳାସ ଫୁଲ । ଏହା ପ୍ରାପ୍ତ ହେଲେ ସକଳ ଦୁଃଖ ଓ ଶୋକ ଦୂର ହୋଇଥାଏ ବୋଲି ଲୋକ ମୁଖରେ ଶୁଣିବାକୁ ମିଳେ। ସାଧାରଣତଃ ସୁନ୍ଦରତା ପାଇଁ ଏହା ଆକର୍ଷଣୀୟ । କୌଣସି ଦେବାଦେବୀ ମନ୍ଦିରରେ ପଳାସ ଫୁଲ ଲାଗି ନଥାଏ କିନ୍ତୁ ଆୟୁର୍ବେଦ ମତରେ ଏହାର ଗୁରୁତ୍ବ ଢେର ଅଧିକ । ପଳାସ ଫୁଲ, ଫଳ ଓ ପତ୍ର ମନୁଷ୍ୟର ଯାବତୀୟ ରୋଗ ଭଲ କରିବାରେ ସହାୟକ ହୋଇଥାଏ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ଗୋସିଙ୍ଗ ଦୈତ୍ୟ ଦରବାରର ଦ୍ଵିତୀୟ ସନ୍ଧ୍ୟା ,ପ୍ରଜାଙ୍କ ଅଭିଯୋଗ ଶୁଣିଲେ ସମ୍ରାଟ

masiha

ଜନସୁରକ୍ଷା ଯୋଜନା ଉପରେ ସଚେତନତା ଶିବିର

Leave a Comment

error: Content is protected !!