ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ପଣ୍ଡା ଙ୍କ କବିତା – ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

 

ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

          ଧନ୍ୟ ତୁମ କରାମତି

ସୃଷ୍ଟି ଭିଆଇଛ ସଂଯୋଗ କରିଛ

          ବିଚ୍ଛେଦେ ଦେଇଛ ମତି ।

 

ଲୀଳାମୟ ତୁମେ ଲୀଳାର ପ୍ରକାଶ

           ଅହରହ କରୁଅଛ

ଦୁଃଖ ସୁଖ ଭଳି ମହୋଷଧି ଧରି

           ଜଗତକୁ ଚଳାଇଛ ।

 

ଋଣ ଶୁଝିବାକୁ ସମ୍ପର୍କ ଗଢିଛ

          ଭିନ୍ନ ଭିନ୍ନ ରୂପ ଦେଇ

ଋଣ ସୁଝିଗଲେ ଫେରାଇ ନେଉଛ

          ନୂତନ ମାର୍ଗ ବତାଇ ।

 

ଛାଇ ଆଲୋଅର ଖେଳ ଖେଳାଉଛ

          ହେ ପ୍ରଭୁ ଜଗତ ସାଇଁ

ରାଗ ଅଭିମାନ ତୁମରି ଭିଆଣ

          ସମ୍ପର୍କ ସୁଦୃଢ଼ ପାଇଁ ।

 

ଆସନ୍ତି ମରତେ ଜୀବ ଭିନ୍ନ ରୂପେ

           ଭିନ୍ନାଭିନ୍ନ ମତ ନେଇ

ତୁମରି ଇଙ୍ଗିତେ କର୍ମ ଆଚରନ୍ତି

          ତୁମ ପାଦେ ମଥା ଥୋଇ ।

 

ଜ୍ଞାନ ଗୁଣ ଦେଇ ସୃଜିଛ ମାନବ

         ତୁମ ସୃଷ୍ଟି ରକ୍ଷା ପାଇଁ

ଅଜ୍ଞାନୀ ମାନବ ଧ୍ବଂସ ଆଚରୁଛି

         ନିଜ ନିଜ ସ୍ୱାର୍ଥେ ଧାଇଁ ।

 

ଚମତ୍କାର ତୁମ ସଂଯୋଗ ବିଯୋଗ

         ଚମତ୍କାର ତୁମ ଲୀଳା

କାହାକୁ ଯୋଡୁଛ କାହାକୁ ଭାଙ୍ଗୁଛ

         ଚମତ୍କାର ତୁମ ଭେଳା ।

 

ସମୟ ସ୍ରୋତରେ ଗତି କରାଉଛ

           ସମୟକୁ ସାକ୍ଷୀ ରଖି

ସମୟର ମୂଲ୍ୟ ନ ବୁଝେ ମାନବ

           ସ୍ୱାର୍ଥରେ ତାହାର ଆଖି ।

 

ଗର୍ବ ବଡ଼ପଣ ସବୁ ଅକାରଣ

        କାରଣକୁ ଯିଏ ଛାଡେ

ଆଦେଖା ଦଉଡ଼ି ବ୍ରହ୍ମାଣ୍ଡ ଜୀବଙ୍କୁ

        ନିଜ କର୍ମପଥେ ଭିଡ ।

 

କାରଣ କାରକ ତୁମେ ମହାପ୍ରଭୁ

         ଜଗତ ଉଦ୍ଧାର କର

ସମ୍ପର୍କର ଡୋର ତୁମ ଠାରେ ଥାଉ

         ଅହଂଭାଵ କର ଦୂର ।

ଜୟ ଶ୍ରୀଜଗନ୍ନାଥ………

 

          ରଞ୍ଜନ କୁମାର ପଣ୍ଡା

               କୋରାପୁଟ

Related posts

ବାଘ ଛାଲ ସହ ଶିକାରୀ ଜବତ

ଅପର୍ତ୍ତି ସେଠୀ ଙ୍କ କବିତା ସି.ସି. ଟି.ଭି. କ୍ୟାମେରା

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!