ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମରେ ବିଷ ପିଇ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ନେଇ ରବିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମର ଡମୁ ଭତ୍ରା ଶନିବାର ସକାଳୁ ଜଳଖିଆ ଖାଇସଋ ନିଜ କାଜୁ ବଗିଚାକୁ ଯାଇଥିଲେ | ଡମୁ ମଧ୍ୟାନ୍ନ ରେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ସ୍ତ୍ରୀ ଆଶାବତୀ ଭତ୍ରା (୬୦) ଘରେ ବେହୋସ ହୋଇ ପଡିଛି | ଦେଖିବାକୁ ପାଇଥିଲେ ଯେ ଏକ ବିଷ ବୋତଲ ତାଙ୍କ ପାଖରେ ପଡିଛି | ସେ ସଙ୍ଗେ ସଙ୍ଗେ ସ୍ତ୍ରୀ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସକାଳେ ଆଶାବତୀ ଙ୍କ ର ମୃତ୍ୟୁ ଘଟିଛି | ଏନେଇ ମୃତକ ର ଦିଅର ନାଡୁ ଭତ୍ରା ଡାବୁଗାଁ ଥାନାରେ ଆଜି ଏତଲା ଦେଇଥିଲେ | ଉକ୍ତ ଏତଲାକୂଅ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତକଙ୍କର ମାନସିକ ବିକୃତି ଥିବା ତାଙ୍କ ସ୍ଵାମୀ କହିଛନ୍ତି | ଏନେଇ ଥାନା କେସ ନଂ ୧୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

masiha

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

masiha

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

masiha

Leave a Comment

error: Content is protected !!