ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ବିପନ୍ନ ପରିବାକୁ ସହଯୋଗ ର ହାତ ବଡେଇଲା ସମ୍ଭବ ଚାରିଟେବୁଲ ଟ୍ରଷ୍ଟ କଟକ 

ଅଗ୍ନି ବିପନ୍ନ ପରିବାକୁ ସହଯୋଗ ର ହାତ ବଡେଇଲା ସମ୍ଭବ ଚାରିଟେବୁଲ ଟ୍ରଷ୍ଟ କଟକ 

ମାହାଙ୍ଗା ସ୍ଥିତ ଇଟାମୁଣ୍ଡୁଳି ଗାଆଁରେ ଆକସ୍ମିକ ଅଗ୍ନିକାଣ୍ଡରେ ୭ ବଖରା ଘର ଭସ୍ମୀଭୁତ

ଶୋଇଥିବା ବେଳେ ବିଳମ୍ବିତ ରାତିରେ ଆକସ୍ମିକ ଭାବେ ନିଆଁ ଲାଗିଥିବାରୁ ଘରେ ନିଆଁ ଜଳି ପାଉଁଶ ହୋଇଯାଇ ୭ ବଖରା ଜଳି ଭସ୍ମି ଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଥିଲେ ମଧ୍ଯ ଘରର  ସମସ୍ତ ଜିନିଷ ପତ୍ର ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇ ଯାଇଛି । ସାମାଜିକ ସଙ୍ଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପନ୍ନ ପରିବାର ରଘୁନାଥ ମଲ୍ଲିକ,ରୂପେଶ ମଲିକ ଓ ବସନ୍ତ ମଲିକ ଅର୍ଥ ରାଶି ସହଯୋଗ କରିଛନ୍ତି ତାଙ୍କ ଘରକୁ ଯାଇ ଭେଟିଥିଲେ,ସମ୍ଭବ ପରିବାରର ସକ୍ରିୟ ସଦସ୍ୟ ଚିତ୍ତରଞ୍ଜନ ମହାନ୍ତି ସଦସ୍ୟ ସନ୍ତୋଷ ସାହୁ ଉପସ୍ଥିତ ଥିଲେ ।

ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତରେ ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଏହି ପଞ୍ଚାୟତର ସ୍ଥିତ ଇଟାମୁଣ୍ଡଳି ଗ୍ରାମର ବସନ୍ତ ମଲିକ, ରଘୁନାଥ ମଲିକ ଓ ରୁପେଶ ମଲିକ ମଲିକଙ୍କ ପରିବାର ୧୦ରୁ ଉର୍ଦ୍ଧ ବ୍ୟକ୍ତି ଘରେ ଶୋଇଥିବା ବେଳେ ଗୃହରେ ଅଗ୍ନିକାଣ୍ଡ ଘଟିଥିଲା । ଘରେ ନିଆଁ ଲାଗିଥୁବା ଜାଣି ଶୋଇଥିବା ସମସ୍ତ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ଚାଲି ଆସିଥିଲେ । ଘରେ ଲାଗିଥିବା ଅଗ୍ନିକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ କୌଣସି ସୁଫଳ ମିଳି ନଥୁଲା । ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ୭ ବଖରା ଘର ଜଳି ପାଉଁଶ ହୋଇ ହୋଇ ଯାଇଥିଲା ଯାହା ଫଳରେ ସମସ୍ତ ଆସବା ପତ୍ର ନଗଦ ଟଙ୍କା ଓ ଖାଦ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଆୟତ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

Sunil Chandra Nayak

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାହିତ୍ୟ ଆସର 

masiha

ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!