ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିଗିନା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୂଧାମୟୀ କୁମାରଙ୍କ ପ୍ରଥମ ପଦକ୍ଷେପ

ପଞ୍ଚାୟତ ଅଧିନ ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ସ୍କୁଲ୍ ସମସ୍ୟା ଓ ସମାଧାନ ପାଇଁ କଲେ ବୈଠକ

ରୁପ୍ରା, (ମନିସ): ନର୍ଲା ବ୍ଲକ ଅଧିନ ଗିଗିନା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୂଧାମୟୀ କୁମାର ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ପଞ୍ଚାୟାତ କାର୍ଯ୍ୟାଳୟକୁ ଆସି ସମସ୍ତ ବିଷୟ ଉପରେ ତର୍ଜମା କରିବା ଓ ପିଇଓ ଶନିଶ୍ଚର ସୁରଜଙ୍କ ସହ ପଞ୍ଚାୟତ ବାବଦରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଖାଇଛନ୍ତି । ସରପଞ୍ଚ ସୂଧାମୟୀ କୁମାର ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ସହ ବର୍ତ୍ତମାନ ନର୍ଲା ସରପଞ୍ଚ ସଂଘର ସମ୍ପାଦିକା ଭାବରେ ମଧ୍ୟ ସର୍ବ ସମ୍ମତ କ୍ରମେ ମନୋନୀତ ହୋଇଛନ୍ତି । ବିଶେଷକରି ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ପ୍ରଥମ ପଦକ୍ଷେପ ସ୍ୱରୁପ ପଞ୍ଚାୟତ ଅଧିନ ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ସହ ସ୍କୁଲ୍ ସମସ୍ୟା ଓ ସମାଧାନ ବାବଦରେ ଆଲୋଚନା କରିଥିଲେ । ଆଜିର ଏହି ଆଲୋଚନା ସଭା ସରପଞ୍ଚ ସୂଧାମୟୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପିଇଓ ଶନିଶ୍ଚର ସୂରଜ, ଗ୍ରାମ ରୋଜଗାର ସେବକ ଜୈପାଳ ନାଗ ଓ ଯୋଗାଣ ସହାୟକ ସୁଶୀଲ ବାଗ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଯୋଡାବନ୍ଧ ୟୁଜିଏଚ୍ ର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୂ, ଗିଗିନା ୟୁପିଏସ୍ ର ପ୍ରଧାନ ଶିକ୍ଷକ ଜନ୍ମେଜୟ ସେନାପତି, ଟାପରାଙ୍ଗ୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ, ଭଟାଖମାର ପିଏସ୍ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୂ, ୟୁପିଏସ୍ ସିନାଙ୍ଗ ପ୍ରଧାନ ଶିକ୍ଷକ ଭୁଜ କୁମାର, ନାଏକପଡା ବିଦ୍ୟାଳୟର କିଶନେଶ୍ୱରୀ ମାଝୀ, ଶ୍ରୀପୁର୍ ୟୁପିଏସ୍ ର ପ୍ରଧାନ ଶିକ୍ଷକ ମୋହନ କୁମାର ସାହୁ, ଡମପଦର ପିଏସ୍ ର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ନାଏକ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟର ସମସ୍ତ ସମସ୍ୟା ଓ ସମାଧାନ ବାବଦରେ ନବ ନିର୍ବାଚିତ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତିତ ପଞ୍ଚାୟତ ଅଧିନ ଉଭୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡାକି ସ୍ୱାସ୍ଥ୍ୟ ସମନ୍ଧରେ ଆଲୋଚନା କରିଥିଲେ । ସରପଞ୍ଚଙ୍କ ଏହି ଭଳିଆ କାର୍ଯ୍ୟକ୍ରମକୁ ଜନସାଧାରଣ ପ୍ରସଂଶା କରୁଥିବା ବେଳେ ନିଜ ପ୍ରତିକ୍ରିୟାରେ ସରପଞ୍ଚ ସୂଧାମୟୀ କୁମାର କହିଛନ୍ତି ଗିଗିନା ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ କରିବା ହେଉଛି ମୋର ସ୍ୱପ୍ନ ଓ ଏହା ମୋର କାର୍ଯ୍ୟକାଳ ଭିତରେ କରିବି, ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ସଫଳ। ଦାସ ଙ୍କ କବିତା କିଛି ରହି ଯାଏ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଝରାଫୁଲ

Sunil Chandra Nayak

ପ୍ଳାଷ୍ଟିକ ମୁକ୍ତ ଭାରତ ଏବଂ ଫିଟ୍ ଇଣ୍ତିଆ ଅଭିଯାନ

Sunil Chandra Nayak

Leave a Comment

error: Content is protected !!