ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦଘର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ନର୍ଲା (ମ.ନି.ସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମ ପଞ୍ଚାୟତର ଉଲିଶିର୍କା ନନ୍ଦଘର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।ବେଦାନ୍ତ ମମତା ନନ୍ଦଘର କାର୍ଯ୍ୟକ୍ରମର ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ପାଳିତ ହୋଇଥିବା ଏହି ଦିବସରେ ଉଲିଶିର୍କା ଆଶା ଶାନ୍ତିମାଝୀ , ଗାଁ କଲ୍ୟାଣ ସମିତି ସଭ୍ୟା ମାନେ ଯୋଗଦାନ କରିଥିଲେ। ସମସ୍ତଙ୍କୁ ପରିଷ୍କାର ପରିଚ୍ଛନ୍ନତା ,ହାତଧୂଆ,ଶିଶୁ ଯତ୍ନ ଓ ଅନେକ ସଚେତନତା ବାର୍ତ୍ତା ଦିଆଯାଇଥିଲା। ରକ୍ତ ଦାନ ସଂପର୍କରେ ସମସ୍ତଙ୍କୁ ଅରୁଣ କୁମାର ପ୍ରଧାନୀ ଜଣାଇଥିଲେ। କିଶୋରୀ ଯତ୍ନ,କୁପୋଷଣ ରୁ ମୁକ୍ତି ସଂପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଶେଷରେ ନନ୍ଦଘର କାର୍ଯ୍ୟକ୍ରମ ସଂପର୍କିତ ସୂଚନା ସହ ସ୍ୱାସ୍ଥ୍ୟ ଦିବସର ମହତ୍ୱ ଉପରେ ଆଲୋକପାତ କରାଯାଇଥିଲା।ଗାଁ କଲ୍ୟାଣ ସମିତିସଭ୍ୟାଙ୍କ ଦ୍ୱାରା ହାତଧୂଆ ପ୍ରଦର୍ଶନ କରା ଯାଇଥିଲା। ପୁଷ୍ପାଞ୍ଜଳି ମାଝୀ,ସୁକାନ୍ତି ମାଝୀ,ମନୀଷା କେଚକୀ,ସରିତା ମାଝୀ ଏଥିରେ ସହଯୋଗ କରିଥିଲେ।ଆଶା ଶାନ୍ତି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଆଠ ଦଫା ଦାବି ନେଇ ଅଙ୍ଗନା ବାଡି ଓ ସହାୟକ ଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୋଳମୁଣ୍ଡା ଶିଶୁବିକାଶ ଅଫିସ ସାମନାରେ ଧାରଣା

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଷଷ୍ଠ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

Sunil Chandra Nayak

Leave a Comment

error: Content is protected !!