ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମହାପାତ୍ର ଙ୍କ କବିତା – ସ୍ବାସ୍ଥ୍ୟ ହିଁ ସମ୍ପଦ

 

  ସ୍ବାସ୍ଥ୍ୟ ହିଁ ବଡ ସମ୍ପଦ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

ଶରୀର ଓ ମନ କୁ ସୁସ୍ଥ ରଖିବା

ଦୂରେଇ ଯିବ ବିପଦ,

ସବୁ ଧନ ଠାରୁ ବଡ଼ ଧନ ସେହି

ସ୍ୱାସ୍ଥ୍ୟ ହିଁ ବଡ ସମ୍ପଦ ll୦ll

 

ସମୟାନୁସାରେ ଖାଦ୍ୟକୁ ଖାଇବା

ଶୋଇବା ସମୟେ ଆମେ

ସ୍ଥିରତା ରଖିବା ନିଜ ଭାବନାରେ

ରଖିବା ତାକୁ ବିଶ୍ରାମେ

ସତେଜ ରହିଲେ ହୃଦ,

ରୋଗ ଡରି ପାଶ ମାଡ଼ିବନି କେବେ

ଦୂରେ ରହିବ ବିଷାଦ ll୦ll

 

ଅଧା ପେଟ ଖାଇ ଖାଦ୍ୟକୁ ଆମର

ଶତକଡା ଯେ ପଚିଶି

ପାଣି ପବନକୁ ଜାଗା ଦେବା ଦେହେ

ଅନ୍ତରରେ ଧରି ଖୁସି

ଦୂରେଇବ ଯେ ପ୍ରମାଦ,

କାର୍ଯ୍ୟକ୍ଷମ ହେବ ଶରୀର ଆମର

ପାଲଟି ଯିବ ସୁହୃଦ…..(୨)

 

ସାତ୍ତ୍ୱିକ ଆହାର ସୁନ୍ଦର ବିଚାର

ମନରେ ଭରଇ ସିନା

ସୁଷମ ଖାଦ୍ୟକୁ ବାଛି ଖାଉଥିବା

ସୁସ୍ୱାଦୁ ଖୋଜିବା ମନା

ମନେ ଭରିଣ ଆନନ୍ଦ,

ଯୋଗ ବ୍ୟାୟାମରେ ନିରୋଗ ରହିବା

ଧରା ଲାଗିବ ସୁଖଦ…..(୩)

ଫୁଲବାଣୀ, କନ୍ଧମାଳ

Related posts

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

Sunil Chandra Nayak

ଅବକାରୀ ବିଭାଗର ଚଢ଼ାଉ ଜଣେ ଗିରଫ୍

Leave a Comment

error: Content is protected !!