ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଓ କାର ମୁହାଁମୁହିଁ ଧକ୍କା 2 ଗୁରୁତର

ଟ୍ରକ ଓ କାର ମୁହାଁମୁହିଁ ଧକ୍କା 2 ଗୁରୁତର

ପାପଡାହାଣ୍ଡି ,12/04,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡକା ପୋଲ ନିକଟରେ ଶୁକ୍ରବାର ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ 2ଜଣ କାର ଆରୋହି ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ପୋଲିସ ଦୁଇ ଜଣକୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ସୋନପୁର ଅଞ୍ଚଳର ଶଙ୍କର ସେନ ମେହେର,ଜଗତ ମେହେର କୋରାପୁଟ ଜିଲ୍ଲା ସେମଳିଗୁଡା ରୁ ଏକ କାର OD10 ଚ 0656 ଯୋଗେ ଦୁହେଁ ଭବାନୀପାଟଣା ଯାଉଥିବା ସମୟରେ ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିବା ଏକ ଟ୍ରକ AP16 ତ୍ସ 5189 ସହ ଖଡକା ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଏଥିରେ କାରରେ ରହିଥିବା ଜଗତ ମେହେର ଓ ଶଙ୍କର ସେନ ଗୁରୁତର ହୋଇଥିଲେ | ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଉଭୟ ଗୁରୁତରକୁ ଭର୍ତ୍ତି କରିଥିଲେ |

ପାପଡାହାଣ୍ଡି ରୁ ସ୍ୱପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ ଓ ଶିଶୁ ସନ୍ତାନ ମାନଂକ ପାଇଁ ଏକ creche ‘କଳିକାର ଉଦଘାଟନ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

Leave a Comment

error: Content is protected !!