ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡ଼ାରେ ଚୈତ୍ର ମହୋତ୍ସବ ଓ ଝାମୁଯାତ୍ରା

ରିଷିଡ଼ାରେ ଚୈତ୍ର ମହୋତ୍ସବ ଓ ଝାମୁଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ମନ୍ଦିର ଠାରେ ମାଁ ତାରିଣୀଙ୍କ ଚୈତ୍ର ମହୋତ୍ସବ ଓ ଦେବଦେବୀଙ୍କ ନଗର ପରିକ୍ରମା ଛତର ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି l ଏହି ଅବସରରେ ଦେବୀ ବରୁଆ ମାନଙ୍କ ଦେହରେ ସବାର ହୋଇ କାଳିସୀ ବେଶରେ ନଗର ପରିକ୍ରମା କରିବା ସହ ଭକ୍ତମାନେ ଦର୍ଶନ କରିଥିଲେ l ଏହି ଶୋଭାଯାତ୍ରାରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ଉପ ସଭାପତି ସୁଶାନ୍ତ ମଲ୍ଲିକ, ସଂପାଦକ କୁଞ୍ଜ ବିହାରିରଣା, ସହ ସଂପାଦକ ଲମ୍ବଧର ରଣା, କୋଷାଧ୍ୟକ୍ଷ ମହେନ୍ଦ୍ର ପ୍ରଧାନୀ, ବରୁଆ ସୁମନ୍ତ ଭୋଇ, ଚୂନୁ ପଟ୍ଟନାୟକ, କଫୁଳ ରଣା, ସିବୁ ରଣା, ସେବାୟତ ତଥା ପୂଜକ ରଂଜନ ରଣା, ଶେଷଦେବ ରଣା, ପିତାମ୍ବର ରଣା, ହୃଦାନନ୍ଦ ମଲ୍ଲିକ, ମହିମା ରଣା, ବିଷ୍ଣୁ ରଣା, ସୁର୍ଯ୍ୟମଣି ରଣା, ହରି ବାରିକ, ପ୍ରସନ୍ନରଣା, ତାରା ଭୋଇ, କୁନି ଭୋଇ, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣାଙ୍କ ସମେତ ଗ୍ରାମର ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ରେ ବିପର୍ଯ୍ୟସ୍ତ ରାସ୍ତା : ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗୁନି

masiha

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!