ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଚାଷୀ ନେତା ଜତି ପ୍ରଧାନ
୨୫ ବର୍ଷ ଶାସନ କାଳ ରେ ଥିବା ସରକାର ଚାଷୀ ମାନଙ୍କ ସମସ୍ୟା ସମାଧାନର ଶତକଡା ୨୫ ଭାଗ ମଧ୍ୟ କରିପାରିନାହିଁ : ଚାଷୀ ନେତା ଜତି ପ୍ରଧାନ
ମୋର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଚାଷୀମାନଙ୍କ ହକ ଅଧିକାରୀ ପାଇଁ ଲଢେ଼ଇ କରିବି
ପାଟଣାଗଡ଼ : ୨୫ ବର୍ଷ ର ଶାସନ କାଳରେ ଅଞ୍ଚଳର ଚାଷୀ ମାନଙ୍କର ସମସ୍ୟା ର ସମାଧାନ ଶତକଡା ୨୫ ଭାଗ ହୋଇପାରିନାହିଁ । ଚାଷୀ ଜିବନ ସର୍ବଦା କଠିନ ପରିଶ୍ରମ କରି ଅନାଟନ, ଅସୁବିଧା ,ଦୈବିଦୂର୍ବିପାକ, ଅଭାବୀ ବିକ୍ରି ର ସବୁବେଳେ ଶିକାର ହେଉଛି । ସରକାର ୨୫ ବର୍ଷ ର ଶାସନ କାଳରେ ଅଞ୍ଚଳର ଚାଷୀ ମାନଙ୍କର ସମସ୍ୟା ସମାଧାନର ଶତକଡା ୨୫ ଭାଗ ମଧ୍ୟ ହୋଇ ପାରିନାହିଁ ବୋଲି କୃଷକ ମହାସଂଘ ର ସଭାପତି ଜତି ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଚାଷୀ ତାର ହକ୍ ଅଧିକାରୀ ପେସ୍ଟିଜ , ପେନସନ,ପ୍ରାଇସ୍ ତଥା ସମ୍ମାନ, ଭତ୍ତା, ମୂଲ୍ୟ ପାଇବା ପାଇଁ ଦୀର୍ଘ ଦିନରୁ ଦାବିକରି ଆସୁଛୀ କୃଷକ ସଂଗଠନ ନିଜ ରାଜ ରାସ୍ତା କୁ ଉହ୍ଲାଉଛି । ଶାସକ ଦଳର ବିଧାୟକ ଚାଷୀ ଘରର ପୁଅ ବୋଲି କହୁଥିବାବେଳେ ଧାନ ମଣ୍ଡିରେ କଟିନ ଛଟିନ,କପା ର ଅଭାବ ବିକ୍ରି, ଫସଲ ବୀମା କ୍ଷତିପୂରଣ ଚାଷୀ ପାଇପାରୁ ନାହଁ । ଏନେଇ ଶାସକ ଦଳର ବିଧାୟକ ଙ୍କ କାର୍ଯ୍ୟ କାଳ ୫ ବର୍ଷ ସମୟ ଗଢି ଯାଇଥିଲେ ମଧ୍ୟ ଚାଷୀ ସମସ୍ୟା ନେଇ ବିଧାନସଭାରେ ଉପସ୍ଥାପନ କରିପାରିନଥିବା ଏକ ଦୂଭାଗ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଜିଲ୍ଲା ରେ ଜଳସେଚନ ବ୍ୟବସ୍ଥା ହୋଇ ପାରିନାହିଁ, ଜିଲ୍ଲା ରେଏକ ମାତ୍ର ଥିବା ଆଖୁକଳ ଆଜି ପର୍ଯ୍ୟନ୍ତ ଅଚଳ ହୋଇପଡିରହିଛି। ବହୁଳ ପରିମାଣରେ କପା ଚାଷ ହେଉଥିବା ହେତୁ ଧଳା ସୁନ ର ଅଞ୍ଚଳ ବୋଲି କୁହାଯାଇଥିବା ବେଳେ ଏଠାରେ ସୂତା କଳ ଟିଏ ବସାଇ ପାରିନାହିଁ ଯାଫଳରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଏଣୁ ଚାଷୀ ମାନଙ୍କର ସମସ୍ୟା ସମାଧାନ କରିବାକୁ ହେଲେ ସରକାର ପରିବର୍ତ୍ତନ କରିବାର ସମୟ ଆସିଛି ।ଆମ ଦରକାର ସରକାର ଚାଷି ସରକାର ନାର ନେଇ ନବନିର୍ମାଣ କୃଷକ ସଂଗଠନ ନିଜେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ମୁଁ ଚାଷୀ ନେତା ଭାବରେ ଚାଷୀମାନଙ୍କ ହକ ଅଧିକାରୀ ଫସଲ ବୀମା,କ୍ଷତିପୂରଣ ଆଦି ହକ ହାସଲ କରିବା କୁ ନେଇ ଅନେକ ଥର ରାଜ ରାସ୍ତା , ଘେରାଉ, ରେଳରୋକ ଚାଷୀ ମାନଙ୍କୁ ନେଇ କରିଛି । ଏବେ ମୁ ଚାଷୀ ନେତା ଭାବରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ବାହାରିଛି । ସେହେତୁ ମୁଁ ଚାଷୀ ନେତା ଭାବରେ ଚାଷୀମାନଙ୍କ ହକ ଅଧିକାରୀ ପାଇଁ ଲଢେଇ କରୁଛି ମୋ ସପକ୍ଷରେ ଚାଷୀ ତଥା ଅଞ୍ଚଳର ସାଧାରଣ ଜନତାଙ୍କ ମୋ ପ୍ରତି ସମର୍ଥନ କରୁଛନ୍ତିି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆମର ଦରକାର ଚାଷୀ ସରକାର ବୋଲି କହୁଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଚାଷୀ ନେତା ଜତି ପ୍ରଧାନ ଙ୍କପ୍ରତୀ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅପରପକ୍ଷରେ ଏଥିର ନିର୍ବାଚନ ରେ ଭିତିରିଆ ଶ୍ରୀମୁଖି ମେଣ୍ଟ ଥିବା ନେଇ ଶିକ୍ଷିତ ଭୋଟର ଙ୍କ ମହଲ ରେ ସ୍ପଷ୍ଟ ଅନୁମେୟ ହେଉଛି । ଅନ୍ୟପକ୍ଷରେ ଚାଷୀ ନେତା ଜତି ପ୍ରଧାନ ନିର୍ବାଚନ ରେ ଜିତିବାର ଏକ ପ୍ରକାର ହୁରି ବାରି ହୋଇ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି ।