ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାହିତ୍ୟିକ ସଂଗଠନ ତରଫରୁ କବିତା ଆସର

ଓଡିଶା ସାହିତ୍ୟିକ ସଂଗଠନ ତରଫରୁ କବିତା ଆସର

ବାଲେଶ୍ଵର,୧୬/୪ ୨୪- ଗତକାଲି ଓଡିଶା ସାହିତ୍ୟ ସଂଗଠନ ଭୁବନେଶ୍ୱର, ଓଡିଶା ତରଫରୁ ହ୍ଵାଟ୍ସଆପ୍ ଗୃପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ଅର୍ଦ୍ଧ-ମାସିକ ଛନ୍ଦବୋଧ ଗୀତି କବିତା ଆସର ଅପରାହ୍ନ ୪ ଘଟିକାରୁ ଆରମ୍ଭ ହୋଇ ରାତି ୮ ଘଟିକାରେ ଶେଷ ହୋଇଥିଲା । କବିତା ଗୁଡିକୁ ସମୀକ୍ଷା କରିବା ପାଇଁ ଜଣେ ମୁଖ୍ୟ ସମୀକ୍ଷକଙ୍କ ସହିତ ୨ ଜଣ ସହ-ସମୀକ୍ଷକ ଥିଲେ । ମୁଖ୍ୟ ସମୀକ୍ଷକ ଭାବେ ରାୟଗଡ଼ାର ବିଶିଷ୍ଟ ଗୀତି କବି ସୌଭାଗ୍ୟ ମଞ୍ଚରୀ ଦାଶ ଆସନ ଅଳଙ୍କୃତ କରିଥିବା ବେଳେ ସହ-ସମୀକ୍ଷକ ଭାବେ ବାଲେଶ୍ଵର ଜିଲ୍ଲା ଖଇରାର ବିଶିଷ୍ଟ ଗୀତି କବି ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଖୋର୍ଦ୍ଧାର ବିଶିଷ୍ଟ ଗୀତି କବି ଗୋଲାପ ସାହୁ ଆସନ ଅଳଙ୍କୃତ କରିଥିଲେ । କବିକମଳ ଶ୍ରୀ ବେହେରା ସୌଭାଗ୍ୟ ମଞ୍ଚରୀ ଦାଶ, ସୁରେଶ ଚନ୍ଦ୍ର ରଥ, ଏକାମ୍ର ବାଘ ଓ ସୂର୍ଯ୍ୟମଣୀ ନିଶଙ୍କଙ୍କ କବିତା ସମୀକ୍ଷା କରିଥିଲେ । ଯାହାର ଶୀର୍ଷକ ଥିଲା ଭୈରବ ରାଗରେ ଛନ୍ଦବୋଧ ଗୀତି କବିତା – ରାବଣର ସୀତାଙ୍କ ପ୍ରତି ଚାଟୁକ୍ତି । କବି ମାନଙ୍କ ରଚନା ଖୁବ୍ ଉଚ୍ଚକୋଟିର ଓ ସୁନ୍ଦର ହୋଇଥିଲା । ଯାହା ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇଥିଲା । ସଂଗଠନର ରାଜ୍ୟ ସହ ସମ୍ପାଦିକା ଭାବେ ଅନୁଗୋଳର ବିଶିଷ୍ଟ ଗୀତି କବୟିତ୍ରୀ ରଞ୍ଜିତା ରାଉଳ ଓ ବିଶିଷ୍ଟ ଗୀତି କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା ସଂଗଠନ କାର୍ଯ୍ୟ ସୁଚାରୁରୂପେ ତୁଲାଉଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବହଳଦା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪

masiha

କୌଶିକ ବାବା ଡିଗ୍ରୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

masiha

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

masiha

Leave a Comment

error: Content is protected !!