ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତି ନାରାୟଣ ରାଉତ ଙ୍କ କବିତା – ବିଶ୍ରାମ

ବିଶ୍ରାମ

ସୂର୍ଯ୍ୟ ଚନ୍ଦ୍ର ବାୟୁ ସମୟ କେବେହେଁ

          ବିଶ୍ରାମ ନିଅନ୍ତି ନାହିଁ

ସେଥିପାଇଁ ଏଇ ସଂସାର ଚାଲିଛି

          ନୋହିଲେ ରହନ୍ତା କାହିଁ ॥

ଇଶ୍ବରଙ୍କ ସୃଷ୍ଟି ଅତିବ ବିଚିତ୍ର

           ଜୀବ ଜଗତର ପାଇଁ

ଜୀବଙ୍କ ନିମନ୍ତେ ଅନିବାର୍ଯ୍ୟ ଅଟେ

           ବିଶ୍ରାମ ଜଗତେ ଭାଇ ॥

ସେ ପାଇଁ ପ୍ରଭୁ ହେ ସୃଷ୍ଟି କରିଛନ୍ତି

           ଦିବସ ଓ ରଜନୀର

ଦିବସ କର୍ମର ନିଶା ବିଶ୍ରାମର

            ପ୍ରତିକ ଅଟେ ତାଙ୍କର ॥

ଶରୀର ସୁସ୍ଥତା ରୋଗ ମୁକ୍ତ ଚିନ୍ତା

            ବିଶ୍ରାମ କଲେ ମିଳଇ

ସିଏତ ମନରେ ଫୁର୍ତ୍ତି ଆଣିଦିଏ

             କାର୍ଯ୍ୟରେ ମନ ଲଗାଇ ॥

ପରମବ୍ରହ୍ମେ ତୋ ମନର ବିଶ୍ରାମେ

             ପାରେନାହିଁ ପାପ ଛୁଇଁ

ହୃଦେ ସାତ୍ଵିକତା ଜାଗରିତ ହୁଏ

              କୃପା ସାଗରଙ୍କ ପାଇଁ ॥

ନିଶ୍ୱାସକୁ ଏଠି ବିଶ୍ୱାସ ନାହିଁରେ

        କେତେବେଳେ ଯିବ ଧାଇଁ

ଚାଲି ଗଲେ ଥରେ ଏ ଶରୀର ନିଏ

        ଶେଷ ବିଶ୍ରାମଟି ଯହିଁ ॥

ପଞ୍ଚଭୂତେ ସର୍ବେ ତଟିନୀ ସାଗରେ

           ନିଅନ୍ତି ବିଶ୍ରାମ ଯାଇ

ତୋ ସ୍ଵର୍ଗ ଦ୍ଵାରରେ ବିଶ୍ରାମ ଦେବୁରେ

          ମୋ ଜୁଇ ଜଳାଇ ଦେଇ ॥

 

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

 

 

Related posts

ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ବାଞ୍ଜିପଦରରେ ବୃକ୍ଷ ରୋପଣ

Sunil Chandra Nayak

କବିତା ଦାଶ ଙ୍କ କବିତା ଟିକି ନାଆ ମୋର ଭାସି ଯାଆ

Sunil Chandra Nayak

Leave a Comment

error: Content is protected !!