ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ତା ୧୮/୦୪: ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଭୋଟ୍‌ଦାନ ହାରରେ ବୃଦ୍ଧି ଓ ଶୂନ୍ୟ ରି-ପୋଲ୍ ଲକ୍ଷ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଡେରାବିଶ ଓ କେନ୍ଦ୍ରାପଡ଼ା ବ୍ଲକ୍ ଏବଂ କେନ୍ଦ୍ରପଡ଼ା ମୁନିସିପାଲିଟିର ୯୦୦ରୁ ଅଧିକ ବୁଥ୍‌ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରି ଜିଲ୍ଲା ପ୍ରଶାସନର ଏହି ଲକ୍ଷ୍ୟକୁ ସାକାର କରିବେ ବୋଲି ନିଜ ନିଜର ପ୍ରତିକ୍ରିୟାରେ କହିଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶ୍ରୀ ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶ୍ରୀ ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶ୍ରୀ ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । 

ସୂଚନାଯୋଗ୍ୟ, ନିର୍ବାଚନର ସଫଳ ରୂପାୟନ ପାଇଁ ତୃଣମୂଳସ୍ତରରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିରନ୍ତର ସଂଶୋଧନ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଥିବା ଏହି ଅଧିକାରୀମାନେ ଅନୁପସ୍ଥିତ ଭୋଟର୍‌ମାନଙ୍କ ଭୋଟ୍‌ଗ୍ରହଣ, ଭୋଟର ସୂଚନା ପତ୍ର ବଂଟନ, ଭୋଟର ସହାୟତା କେନ୍ଦ୍ରରେ ମଧ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଅନୁପସ୍ଥିତ ମତଦାତା ବା ଆବ୍‌ସେଂଟି ଭୋଟର୍‌ମାନେ ପୋଷ୍ଟାଲ୍ ବାଲାଟ୍ ସିଷ୍ଟମ୍ ଦ୍ୱାରା ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି । ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୪୦% ପ୍ରତିଶତରୁ ଉର୍ଦ୍ଧ୍ୱ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତି, ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅଧିସୂଚୀତ ଅତ୍ୟାବଶ୍ୟକୀୟ ସେବାରେ ନିଯୁକ୍ତ ହୋଇଥିବା ବ୍ୟକ୍ତି ବିଶେଷ ପୋଷ୍ଟାଲ୍ ବାଲାଟ୍ ସିଷ୍ଟମ୍ ଦ୍ୱାରା ଭୋଟ୍ ଦେଇପାରିବେ । ହୋମ୍ ଭୋଟିଙ୍ଗ୍ ପାଇଁ ସେମାନଙ୍କୁ ୧୨-(ଡି) ଫର୍ମ ପ୍ରଦାନ କରି ଭୋଟଦାନକୁ ସୁନିଶ୍ଚିତ କରାଇବେ ବୁଥ୍‌ସ୍ତରୀୟ ଅଧିକାରୀ । ନିର୍ବାଚନରେ ଭିନ୍ନକ୍ଷମ ମତଦାତାମାନଙ୍କର ସକ୍ରିୟ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ସୁଗମ ଭୋଟର୍ ସୂଚନା ସ୍ଲିପ୍ ବଂଟନ କରିବେ । ଏଏମ୍‌ଏଫ୍ ଫାସିଲିଟିଜ୍ ଯଥା ପାନୀୟଜଳ, ଟଏଲେଟ୍‌, ର‌୍ୟାମ୍ପ୍‌, ଲାଇଟ୍ ଆଦି ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବେ । ପ୍ରତ୍ୟେକ ମତଦାନ କେନ୍ଦ୍ରର ପରିସରରେ ଥିବା ଭୋଟର ସହାୟତା କେନ୍ଦ୍ର ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସଂସ୍ଥାପତି ଓ ପରିଚାଳିତ ହୋଇଥାଏ । ଶତପ୍ରତିଶତ ଭୋଟଦାନ ପାଇଁ ନିର୍ବାଚନ ଆୟୋଗଙ୍କ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ଏସ୍‌ଭିଇଇପିକୁ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ୱରାନ୍ୱିତ କରିବେ । ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଡେରାବିଶ ଓ କେନ୍ଦ୍ରାପଡ଼ା ତହସିଲ୍‌ର ତହସିଲ୍‌ହାର ଏବଂ ବ୍ଲକ୍‌ର ବିଡିଓ, କେନ୍ଦ୍ରାପଡ଼ା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋଟ ମସିହା ନିୟୁଜ!!

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

masiha

Leave a Comment

error: Content is protected !!