ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚିତ୍ତରଞ୍ଜନ ମଣ୍ଡଳଙ୍କ କଂଗ୍ରେସ ଘର ବାହୁଡ଼ା ଓ କଂଗ୍ରେସର ନିର୍ବାଚନୀ ସଭା

ଚିତ୍ତରଞ୍ଜନ ମଣ୍ଡଳଙ୍କ କଂଗ୍ରେସ ଘର ବାହୁଡ଼ା ଓ କଂଗ୍ରେସର ନିର୍ବାଚନୀ ସଭା

ନର୍ଲା (ମନିସ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି।ଦଳ ଛାଡି ଦଳ ଡେଉଁଛନ୍ତି ଅସନ୍ତୁଷ୍ଟ ନେତା ଓ କର୍ମୀମାନେ।ଏଥର ନର୍ଲା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବାକୁ ଥିବା ବେଳେ କଡ଼ା ଟକ୍କରରେ ବିଜେଡି ଓ କଂଗ୍ରେସ ନର୍ଲା ନିର୍ବାଚନ ମଣ୍ଡଳୀରେ ଉଭା ହୋଇଥିବା ସ୍ଥାନୀୟ ଭୋଟର ଆଲୋଚନା କରୁଛନ୍ତି। ଏହାରି ଭିତରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ କିଛି ଦିନ ତଳେ ବିଜେଡି ଦଳରୁ ଇସ୍ତଫା ଦେଇ ପୁଣିଥରେ କଂଗ୍ରେସ ଦଳକୁ ଘର ବାହୁଡ଼ା କରିଛନ୍ତି। ନର୍ଲା ଠାରେ କଂଗ୍ରେସର ଏକ ସମାବେଶ ସ୍ଥଳରେ ଚିତ୍ତରଞ୍ଜନ ମଣ୍ଡଳ ନିଜର ପ୍ରାୟ ୩୦୦୦ ଅନୁଗାମୀଙ୍କୁ ଏକାଠି କରି ନର୍ଲା କଂଗ୍ରେସ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଚହଳ ସୃଷ୍ଟି କରିଥିଲେ। ଏହି ସଭାରେ କଂଗ୍ରେସ ଓଡ଼ିଶା ପର୍ଯ୍ୟବେକ୍ଷକ ଶେହେନାୱ।ଜ ହୁସେନ ଚୈ।ଧୁରୀ, ଭାରତୀୟ ଜାତୀୟ କଂଗ୍ରେସର ମିନାକ୍ଷୀ ନଟରାଜନ, କଂଗ୍ରେସ ଦଳର ବଡ଼ ଚେହେରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ, କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ,ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀ , ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ,ଏମ୍.ବି ସାହେବ, ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦ,ଦୀପୁ ପାତ୍ର, ଚୂଡାମଣି ଗୈ।ଡିଆ,ରୁଦ୍ର ସିଂ,ମାଣିକ୍ୟ ସୁନା, ଜ୍ୟୋସ୍ନା ବଗର୍ତ୍ତି,ମହିନ୍ଦ୍ର ସାହୁ, ପ୍ରମୋଦ ଭୋଇ,ଟିକେମନ ଭୋଇ,ରଜନୀ କୁମାର, ପ୍ରିତମ ବେହେରା,ସରୋଜ ବାଗ, ଅନିରୁଦ୍ଧ ବିଶ୍ୱ।ଳ, ସୁରେଶ ଚୈ।ଧୁରୀ, ମାର୍ଜିନା ପଧାନ, ବିଭୁତି ଭୁଷଣ ମହାଖୁଡ, ମନୋଜ କରୁଆଁ,ସଘଂର୍ଷ ପଣ୍ଡା, ଅଲେଖ ସେନାପତି,ରାଜ କୁମାରୀ ସରାବ,ବାବା ଖାନ, ପୁରନ୍ଦର ସାହୁ, ମହେନ୍ଦ୍ର ନାଏକ,ଦୀଲ୍ଲିପ ନାଏକ, ହୃଷୀକେଶ ନାଏକ, କୁମୁଦ ନାଏକ , ଅରକ୍ଷିତ ଭୋଇ ସହ ନର୍ଲା,କର୍ଲାମୁଣ୍ଡା, ମ.ରାମପୁର,ରିଷିଡା, ଲାଞ୍ଜିଗଡ଼ ଓ ସଦର ଭବାନୀ ପାଟଣା ବ୍ଳକରୁ ହଜାର ହଜାର ସଂଖ୍ୟକ ଜନସାଧାରଣ କଂଗ୍ରେସପ୍ରେମୀ ଉପସ୍ଥିତ ଥିଲେ।ଉକ୍ତ ସଭାରେ ଭକ୍ତଚରଣ ଦାସ ନର୍ଲା ଠାରେ ରେଳ ଡବା ମରାମତି କାରଖାନା ପ୍ରସଙ୍ଗ ସହ ରେତ, ସାନ୍ଦୁଲ ,ଉତେଇ ନଦୀରେ ଜଳସେଚନ ବ୍ୟବସ୍ଥାକୁ ବ୍ୟାପକ କରି ନର୍ଲା ଅଞ୍ଚଳକୁ ଶସ୍ୟଶ୍ୟାମଳାପୂର୍ଣ୍ଣ କରିବା ସହିତ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭୋଟରଙ୍କୁ ସଚେତନ କରାଇ ବିଜେଡି ଓ ବିଜେପି ଉପରେ ଖୁବ୍ ଜୋର ବର୍ଷିଥିଲେ। କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ଥର ସକାଶେ କଂଗ୍ରେସ ଜଣେ ଆଦିବାସୀ ମହିଳାଙ୍କୁ ଲୋକସଭା ପ୍ରାର୍ଥୀନୀ ଭାବେ ଛିଡ଼ା କରିଥିବା ନେଇ ଲୋକସଭା ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ ଜନସାଧାରଣଙ୍କୁ ହାତ ଚିହ୍ନରେ ଭୋଟ ଭିକ୍ଷା କରିଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ କହିଥିଲେ ଯେ ଆଗାମୀ ଦିନରେ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଳାହାଣ୍ଡି ବିକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିବ ଏଥିପାଇଁ ଅବିଭକ୍ତ କଳାହାଣ୍ଡି ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀନୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ। କଂଗ୍ରେସ ଦଳରେ ସାମିଲ ପରେ ଚିତ୍ତ ରଞ୍ଜନ ମଣ୍ଡଳ କଂଗ୍ରେସକୁ ପୁଣି ଥରେ ଫେରିଥିବା ଯୋଗୁଁ ବେଶ ଖୁସିବ୍ୟକ୍ତ କରି ଆଗାମୀ ଦିନରେ ନର୍ଲା ଅଞ୍ଚଳ ତଥା କଳାହାଣ୍ଡି ଜନସାଧାରଣଙ୍କୁ ନିଜର ଜନସେବା ଯୋଗାଇ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହିତ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମାବେଶରେ ହଜାର ହଜାର ସଂଖ୍ୟକ ଜନସାଧାରଣ ଓ କର୍ମୀ ଉପସ୍ଥିତ ରହି ଭାରତୀୟ ଜାତୀୟ କଂଗ୍ରେସର ଜୟ ଜୟ କାର ଧ୍ୱନି ଦେଇ ବିରୋଧୀ ବିଜେଡି ଓ ବିଜେପିରୁ ବହୁ ସଂଖ୍ୟକ କର୍ମୀ କଂଗ୍ରେସ ଦଳରେ ଯୋଗଦାନ କରିଥିବାରୁ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଥିଲା ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

masiha

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ , ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ; ଜିତିଲେ ଦୀପାଳି ଦାସ

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

masiha

Leave a Comment

error: Content is protected !!