ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚରାମୂଳା ଠାରେ ଶ୍ରୀ ଶ୍ରୀ କୋଦଣ୍ଡ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଚରାମୂଳା ଠାରେ ଶ୍ରୀ ଶ୍ରୀ କୋଦଣ୍ଡ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ତେନ୍ତୁଳିଖୁଣ୍ଟି ୨୧/୦୪/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚରା ମୂଳା ଠାରେ ୧୯ ଏପ୍ରିଲ ରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ କୋଦଣ୍ଡ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ୨୧ତାରିଖ ରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିବସ ରେ ସଂକଳ୍ପ ସୂତ୍ର ବନ୍ଧନ, କଳସ ଯାତ୍ରା ଓ ମନ୍ଦିର ପାଇଁ ନିର୍ମିତ ସମସ୍ତ ମୂର୍ତ୍ତି କୁ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଶୁଦ୍ଧି କରଣ କରାଯାଇ ଥିଲା। ଦ୍ଵିତୀୟ ଦିବସ ରେ ନାମ ଯଜ୍ଞ୍ ଅନୁଷ୍ଠିତ ହୋଇଥିଲା। 21 ତାରିଖ ପୂର୍ବାହ୍ନ 10 ଟା ରେ ନାମ ଯଜ୍ଞ୍ ସମ୍ପନ୍ନ ହେବା ସହ ନଗର ପରିକ୍ରମା ହୋଇଥିଲା। ତୃତୀୟ ଦିବସ ଅର୍ଥାତ୍ ଆଜି ମନ୍ଦିର ରେ ରତ୍ନମୁଦ ଚତୁର୍ଦ୍ଧା ବିଗ୍ରହ ପୂଜା ଓ ପ୍ରାଣ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ଦାକ୍ଷିଣାତ୍ୟରେ ଚାଲିଥିବା ବୈଦିକ ରୀତିନୀତି ସହ ବୈଦିକ ମନ୍ତ୍ରୋଚ୍ଚାରଣ ସହ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀ ଯେଉଁମାନେ ସଂକଳ୍ପ ନେଇଥିଲେ ସଂକଳ୍ପ ସୂତ୍ର ବାହାର କରିବା ପରେ ମନ୍ଦିର ରେ ଠାକୁର ଙ୍କ ଦର୍ପଣ ରେମୁଖ ଦର୍ଶନ କରିଥିଲେ। ଆଜି 21 ତାରିଖ ଦିନ ତମାମ ପୂଜାର୍ଚ୍ଚନା ଜାରୀ ରହି ଥିଲା। ତିନି ଦିନ ଭକ୍ତ ଓ ଦର୍ଶ ନାର୍ଥି ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା। ଏହି ତିନିଦିନ ଧରି ସମସ୍ତ କାର୍ଯ୍ୟକ୍ରମ ଚର ମୂଳା ଗ୍ରାମବାସୀ ଓ ଭକ୍ତ ଙ୍କ ସହ ଯୋଗ ରେ ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ରେ ସମ୍ପନ୍ନ ହୋଇଛି। ଏହି ମନ୍ଦିର ରେ ସ୍ଥାପିତ ହୋଇଥିବା ସମସ୍ତ ମୂର୍ତ୍ତି ଭକ୍ତଙ୍କ ଅନୁଦାନ ରେ ଓ ମନ୍ଦିର ମଧ୍ୟ ଭକ୍ତ ଓ ଆଧ୍ୟାତ୍ମିକ ବାଦୀ ଅନୁଷ୍ଠାନ ର ସହ ଯୋଗ ରେ ନିର୍ମିତ ହୋଇଛି । ଏହି ଅବସରରେ ତେନ୍ତୁଳିଖୁଣ୍ଟି ଡ୍ରାଇଭର ସଂଘ୍ ତରଫରୁ ଦ୍ଵିତୀୟ ଦିନ ରେ ଦହି ଓ ଚହ୍ଲା ବଣ୍ଟନ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

ଦିବ୍ୟାଙ୍ଗ ସୁନା ଧର ଭତ୍ତାରୁ ବଞ୍ଚିତ: ଭୀମ ଭୋଇ ଭିନ୍ନକ୍ଷମ ଶିବିର କାହା ସ୍ୱାର୍ଥରେ

Sunil Chandra Nayak

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

masiha

Leave a Comment

error: Content is protected !!