ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

5t ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ ନେଇ କେପଟେନ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

5t ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ ନେଇ କେପଟେନ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଜୁନାଗଡ଼,୨୬/୪(ମ ନି ସ) ୫ଟି ଅଧକ୍ଷ ଭି. କେ ପଣ୍ଡିଆନ କଳାହାଣ୍ଡି ଗସ୍ଥ ନେଇ ଜୁନାଗଡ଼ ବିଧାୟକ କେପଟେନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖିଛନ୍ତି। ଏଥିପୂର୍ବରୁ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଲୋକଙ୍କ ପାଖରେ ପହଞ୍ଚିଥିଲେ। ବର୍ତମାନ ଓଡିଶାର କୋଣ ଅନୁକୋଣରେ ନିର୍ବାଚନୀ ପାଣିପାଗ ବେଶ ସରଗରମ ରହିଥିବାବେଳେ କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରରେ ମଧ୍ୟ ରାଜନିତି ବିଷୟରେ ଚର୍ଚ୍ଚା ବେଶ ଜୋରଧରିଛି। ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ନେତୃତ୍ୱରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି ଏବଂ ବର୍ତ୍ତମାନ ଜାରିରହିଛି।ବିଧାୟକ କେପଟେନ୍ ଦିବ୍ୟ ସଙ୍କର ମିଶ୍ର ପ୍ରକାଶ କରିଛନ୍ତି ଯେ ଖୁବଶିଘ୍ର ୫ଟି ଅଧ୍ୟକ୍ଷ ଭି .କେ ପାଣ୍ଡିଏନ୍ କଲାହାଣ୍ଡିରେ ପାଦ ଦେଇ ସର୍ବ ପ୍ରଥମେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ଯାଇ ଲୋକଙ୍କର ସମସ୍ୟା ସମାଧାନ କରିବା ସହିତ ଲୋକଙ୍କ ସହିତ ସିଧାସଳଖ ଭାବେ ବାର୍ତାଲାପ କରିବେ। ପଞ୍ଚାୟତକୁ ଯାଇ ନିଜର ଅଭିମତ ରଖିବେ। ଜୁନାଗଡ଼ ସହରର ବିକାସ ହେବା ସହିତ ଗମନାଗମନର ପାଇଁ ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ଲକ୍ଷ୍ମୀ ବସର ସୁବିଧା କରିଦିଆ ଯାଇଛି.। ଏଥିରୁ ସ୍ପଷ୍ଟ ଯେ କଳାହାଣ୍ଡି ବାସି ପାଣ୍ଡିଏନ ଗସ୍ତ କାର୍ଯ୍ୟକ୍ରମ ଶୁଣି ସମସ୍ତଙ୍କ ମନରେ ଖୁସିର ଲହରି ଖେଳିଯାଇଛି ଓ ସମସ୍ତେ ଅପେକ୍ଷାରେ ରହିଛନ୍ତି.।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ସମ୍ବିଧାନ ହତ୍ୟା ଦିବସ ଅନୁଷ୍ଠିତ

Sunil Chandra Nayak

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

Leave a Comment

error: Content is protected !!