ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ , ଅସହିଷ୍ଣୁତା ଏବଂ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଗଣତନ୍ତ୍ର ରେ ସାମ୍ବାଦିକଙ୍କ ସ୍ବାଧୀନତା ରହିବା ନିତାନ୍ତ ଆବଶ୍ୟକ ଅଟେ। କିନ୍ତୁ ଅନେକ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ସାମନା କୁ ଆସିଥାଏ। ବର୍ତ୍ତମାନ ନିଲିଗିରି ଠାରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ଆକ୍ରୋଶ ମୂଳକ ଭାବରେ ଗିରଫ କରି ଏବଂ ଗୋଡ଼ରେ କଡ଼ି ବାନ୍ଧିବା ପୋଲିସ ପ୍ରଶାସନର ବର୍ବରତା ବୋଲି ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲୋକନାଥ ମହାପାତ୍ର, ବ୍ଲକ ସମ୍ପାଦକ ଦୀପକ ମିଶ୍ର, ଏବଂ ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ତିୱାରି ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଦ ପୋଚ ନଷ୍ଟ କଲା ଖାତିଗୁଡା ପୋଲିସ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଧୂଳି ଧରଣୀର ପରେ

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା ଓ କର୍ମକର୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!