ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

ବସ୍ତା,26/04 – ସିଂଲା ଥାନା ଜଳେଶ୍ବର ନିର୍ବାଚନ ମଣ୍ତଳ ଅନ୍ତର୍ଗତ ପୁଟୁରା ପଞ୍ଚାୟତ ର ବାସୂଳୀଦୀଗା ଗ୍ରାମରେ ବିଜେଡି ର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି , ମୁଖ୍ଯମନ୍ତ୍ରୀ ଙ୍କ ନବୀନ ପଟ୍ଟନାୟକ ଙ୍କ ନିତୀ ଆଦର୍ଶ ଏବଂ ସ୍ବଚ୍ଛ ଶାସନ ରେ ଅନୁପ୍ରାଣିତ ହେବା ସହ ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପି ଏବଂ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି 100 ରୁ ଉର୍ଧ୍ବ ପରିବାର,ପୂଟୁରା ପଞ୍ଚାୟତ ବିଜେଡି ସଭାପତି ସୁଦର୍ଶନ ଜେନା ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ମୁଖ୍ଯ ଅତିଥି ଭାବରେ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ଯକ୍ଷ ଦୀଲ୍ଲୀପ କୁମାର ଦାସ ମହାପାତ୍ର, ବ୍ଲକ ଉପସଭାପତି ଅନାଦି ଦାସ ,ପୂର୍ବତନ ସରପଞ୍ଚ ଭଜହରି ପରିଡା, ଅଜୟ କୁମାର ବାଗ, ଚିତ୍ତରଞ୍ଜନ ବାଗ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ, ବିଜେଡି ରେ ସାମିଲ ହେବା ପରେ ଆଗାମୀ ନିର୍ବାଚନ ରେ ଦୁଇଟି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଏବଂ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କୁ ବିପୂଳ ଭୋଟ ବ୍ଯବଧାନ ରେ ବିଜୟୀ କରିବାକୁ ଗ୍ରାମବାସୀ ଶପଥ ନେଇ ଥିଲେ, ଏହି ଅବସର ରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଓଡିଶା ର ବିକାଶ କୁ ଆହୁରି ତ୍ବରାନିତ କରିବା ପାଂଇ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଂଇ ମୁଖ୍ଯମନ୍ତ୍ରୀ କରିବା ପାଂଇ ସମସ୍ତଙ୍କୁ ସହଯୋଗ କରିବା ପାଂଇ ନିବେଦନ କରିଥିଲେ, ଗ୍ରାମର ନିତ୍ଯାନନ୍ଦ ଦେ, ନବକିଶୋର ଦେ, ଅଂଶୁମାନ ଜେନା, ବଂଶୀଧର ଦେ, ଅଭିମନ୍ଯୁ ଦାସ , ବାସୁଦେବ ଜେନା, ଶ୍ରୀନିବାସ ଜେନା , ମଙ୍ଗୁଳି ଜେନା, ପ୍ରଶାନ୍ତ ଦେ, ଅନିଲ କୁମାର ଦାସ , ଭଗୀରଥ ଦାସ , ଅମୂଲ୍ଯ ଦାସ , ଗୋପାଳ କୃଷ୍ନ ଦାସ , ଅଜିତ ଦାସ ଙ୍କ ସମେତ ବହୂ ପରିବାର କଂଗ୍ରେସ ଏବଂ ବିଜେପି ଛାଡି ବିଧିବଦ୍ଧ ଭାବରେ ବିଜେଡି ରେ ସାମିଲ ହୋଇ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ସମ୍ବିତ ପାତ୍ର

Sunil Chandra Nayak

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!