ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

ଶତାଧିକ ସମର୍ଥକଙ୍କ ସହ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ଅଧ୍ୟକ୍ଷ ରଞ୍ଜନ ଜାଲ 

ଜୁନାଗଡ଼, ତା.୨୮/୪(ମ ନି ସ) ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଜୁନାଗଡ଼ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମିଶ୍ରଣ ପର୍ବରେ ବହୁଜନ ସଂଗ୍ରାମ ସମିତି ର ଅଧକ୍ଷ ରଞ୍ଜନ କୁମାର ଜାଲ ଓ ଉପଦେଷ୍ଟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମିରଞ୍ଜନ ନାଏକ ଓ ବରିଷ୍ଠ ସଦସ୍ୟ ବିକ୍ରାନ୍ତ କୁମାର ହଜାର ହଜାର ସମର୍ଥକ ଙ୍କ ସହ ବିଜେପି ରେ ଯୋଗଦାନ କରିଛନ୍ତି | ତାଙ୍କ ଯୋଗଦାନ ପରେ ଦଳ ମଧ୍ୟରେ ନୂତନ ଶକ୍ତି ମିଳିବା ସହ ପ୍ରବଳ ଉତ୍ସାହ ଦେଖାଦେଇଛି। ଉକ୍ତ ମିଶ୍ରଣ ପର୍ବରେ ଜିଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଅଧ୍ୟକ୍ଷତା କରିଥିଲେ | ଦିନକ ପୂର୍ବରୁ ପୂର୍ବତନ ଗୋଲାମୁଣ୍ଡା ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଦଳରେ ସାମିଲ ହୋଇଥିଲେ | ଆଜି ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ ଙ୍କ ନେତୃତ୍ୱରେ ହଜାର ହଜାର ପୁରୁଷ ଓ ମହିଳା ସମର୍ଥକ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜେପି କାର୍ଯ୍ୟାଳୟ ଠାରେ ପହଂଚି ଥିଲେ ।ସେଠାରେ ଜିଲା ଉପସଭାପତି ଅଜୟ ପାଣିଗ୍ରାହୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇ ଥିବା ଏହି ତୁଙ୍ଗ ନେତା ମାନଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।ଆଜି ରାଜ୍ୟରେ ଓ ଜିଲ୍ଲାରେ ବିଜେଡି ସରକାର ଏକଚାଟିଆ ଶାସନ ଚଳାଇଛି, ସ୍ଥାନୀୟ ବିଧାୟକ ଏବଂ ତାଙ୍କ ସମର୍ଥକ ଅନେକ ଅନ୍ୟାୟ ଓ ଅତ୍ୟାଚାର ର ଲିପ୍ତ ରହୁଛନ୍ତି ଏଣୁ ଦେଶରେ ମୋଦି ସରକାରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପି ରେ ଯୋଗ ଦେଇଛି , ଆମର ପ୍ରିୟ ବିଧାୟକ ପ୍ରାର୍ଥୀ ମନୋଜ ମେହେରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଜନସାଧାରଣଙ୍କୁ ନିଵେଦନ କରି ଶ୍ରୀ ଜାଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହର, ହିମାଂଶୁ ବରାଡ଼, କାଞ୍ଚନ ବାଗ,ସୁଧାଂଶୁ ବରାଡ଼ ପ୍ରମୁଖ ଏବଂ ଅନେକ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜ୍ଯୋତିପ୍ରକାଶଙ୍କୁ ମିଳିଲା ନୂଆ ଦାୟିତ୍ୱ

masiha

କଂଗ୍ରେସ ଦେଉ ନଥିଲା ଗୁରୁତ୍ୱ ଆଜି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଲେ ଧର୍ମଗଡ ର କଂଗ୍ରେସ ନେତା ଡାକେ ଲହଜଳ ଓ ତାଙ୍କ ଟିମ 

masiha

ଧରାକୋଟ ରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!