ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ନୂଆପଡା ଶାଖା ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସମ୍ବାଦିକଙ୍କ ଆକ୍ରମଣ ପ୍ରତିବାଦ ଏବଂ ନିନ୍ଦା ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା: ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ନୂଆପଡା ଶାଖା ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ଏବଂ ନିନ୍ଦା ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ପୋଲିସ ପ୍ରଶାସନ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ଅତ୍ୟାଚାର ଅଭିଯୋଗ ଅତି ନିନ୍ଦନୀୟ ଅଟେ ବୋଲି ସାମ୍ବାଦିକ ମାନେ ପ୍ରତିବାଦ କରିଛନ୍ତି। ଏହି ଘଟଣା ରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ନିଲିଗିରି ପୋଲିସ ବିରୁଦ୍ଧରେ ଶ୍ଲୋଗାନ ଦେଇଥିଲେ। ସୁଶାନ୍ତ କର, ସୀମାଞ୍ଚଳ ମହାପାତ୍ର, ଅଂଶୁମାନ ଅଗସ୍ତି, ରଂଜିତ ପଣ୍ଡା, ଯୁଗଳ ମହାନନ୍ଦ, ଦେଵଦାଶ୍ ପାଢ଼ୀ ଏବଂ ଉପେନ୍ଦ୍ର ମଟାରୀ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ

Related posts

ବଡଓଲମା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ

Sunil Chandra Nayak

ଜିଆରଏସଙ୍କ ବିରୋଧରେ ସରପଞ୍ଚ ଦେଇଥିବା ଅଭିଯୋଗ ମିଥ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ମାଝୀଗୁଡା ସମିତି ସହ ୱାର୍ଡ ସଭ୍ୟା ସଭ୍ୟ

Sunil Chandra Nayak

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!