ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

କେନ୍ଦ୍ରାପଡ଼ା :-ସମଗ୍ର ରାଜ୍ୟରେ ଦିନକୁ ଦିନ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ତାତି ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତ ତରଫରୁ ତିରିଣିଆ ଗ୍ରାମ ସ୍ଥିତ ଔମୂଳ ଛକଠାରେ ଶ୍ରୀ ଅକ୍ଷୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଜଳଛତ୍ର ଖୋଲାଯାଇଛି। ପ୍ରଚଣ୍ଡ ଖରାରେ ଯାଉଥିବା ବାଟୋଇ, ପାଠ ପଢ଼ୁଥିବା ପିଲାମାନେ ସମେତ ଅନେକ ଲୋକଙ୍କୁ ଦହି ସର୍ବତ ବିତରଣ କରାଯାଉଛି। ଏହି ଜଳଛତ୍ରରେ ଗୋବିନ୍ଦ ନାୟକ, ନଖି ବେହେରା, ଯୁବ ସମାଜସେବୀ ଦିବ୍ୟାଙ୍ଗ ଦୀପକ କୁମାର ଯେନା, ମନୋଜ ସୂତାର, ମମତା ସୂତାର, ସରୋଜ କୁମାର ମଲ୍ଲିକ ପ୍ରମୁଖ ପ୍ରଥଚାରୀଙ୍କୁ ଦହି ଏବଂ ଲେମ୍ବୁ ପାଣି ବିତରଣ କରୁଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ଜଙ୍ଗଲରୁ ପଳାଇ ଆସିଥିବା ହରିଣ ଉଦ୍ଧାର 

masiha

Leave a Comment

error: Content is protected !!