ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲିପ ରାୟ ଙ୍କ ପାଇଁ ପ୍ରଚାର

ଦିଲ୍ଲିପ ରାୟ ଙ୍କ ପାଇଁ ପ୍ରଚାର

ରାଉରକେଲା: ରାଉରକେଲା ସଚେତନ ନାଗରିକ ମଞ୍ଚ ଏଥର ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛି l ଦିଲ୍ଲୀପ ରାୟଙ୍କ ଭଳି ନିଆରା ବ୍ୟକ୍ତିତ୍ୱ ନିର୍ବାଚନ ଲଢ଼ୁଥିବାରୁ ମଞ୍ଚ ଆସିଛି ଆଗକୁ l୨୦୧୯ ବା ୨୦୧୪ ପୂର୍ବରୁ କୌଣସି ନିର୍ବାଚନରେ ମଞ୍ଚ ଖୋଲାଖୋଲି ନିର୍ବାଚନରେ ସାମିଲ ହୋଇନାହିଁ l କାରଣ ରାଉରକେଲାର ବାସ୍ତବ ବିକାଶ ଓ ଏହାକୁ ଆଗେଇ ନେବାର ଦକ୍ଷତା ଦିଲ୍ଲୀପ ରାୟଙ୍କ ଠାରେ ଥିବା ମଞ୍ଚର ବହୁ ସଦସ୍ୟ କହିଛନ୍ତି l ଏଥର ମଧ୍ୟ ପ୍ରାର୍ଥୀ ଦିଲ୍ଲିପ ରାୟ ଓ ସେ ଛିଡା ହୋଇଥିବା ଦଳର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ପାଇଁ ରାଉରକେଲା ସଚେତନ ନାଗରିକ ମଞ୍ଚ ପ୍ରଚାର ଆରମ୍ଭ କରିଛି। ମଞ୍ଚ ତରଫରୁ ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଗାନ୍ଧୀ ରୋଡ,କୋଏଲ ନଗର, ନୟାବଜାର ଅଞ୍ଚଳରେ ବ୍ୟାପକ ପ୍ରଚାର କରି ଉଭୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପ୍ରଚାର ବେଳେ ଶ୍ରୀ ରାୟ ଙ୍କ ମନ୍ତ୍ରୀତ୍ବ କାଳରେ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ , ଆଗାମୀ ଦିନରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ତଥା ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ରାୟ ଓ ଶ୍ରୀ ଓରାମ ଉପଯୁକ୍ତ ବ୍ୟକ୍ତି ବୋଲି କୁହାଯାଇଛି। ଏହି ପ୍ରଚାର କାର୍ଯ୍ୟକ୍ରମରେ ସର୍ବଶ୍ରୀ ପି ପି ରାୟ, ଜଗବନ୍ଧୁ ଜେନା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ହୃଷିକେଶ ଶତପଥୀ, ଅମୂଲ୍ୟ ରାଉତ, ମୁରଲୀଧର ସେନାପତି, ହେମନ୍ତ ଖଣ୍ଡା, ସ୍ମୃତି ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ହେଲେ ଜଗଦୀଶ ସାନ୍ତ୍ର୍ରା

Sunil Chandra Nayak

ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ

masiha

ବିଜେଡିର ଯୁବ ସମାବେଶ ଓ ମିଶ୍ରଣ ପର୍ଵ, କଂଗ୍ରେସ ଓ ବିଜେପିର ଶତାଧିକ କର୍ମକର୍ତ୍ତାଙ୍କ ଯୋଗଦାନ

masiha

Leave a Comment

error: Content is protected !!