ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବସ୍ତା ନିର୍ବାଚନ ମଣ୍ଡଳୀ ର ବିଜେପି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଓ ମିଶ୍ରଣ ପର୍ବ 

 ବସ୍ତା,୦୬/୦୫: ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ମଧ୍ଯ ସେହି ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି, ନିଜ ର ଭୋଟ ବ୍ଯାଙ୍କ ବୃଦ୍ଧି କରିବା ପାଂଇ ଗ୍ରୀଷ୍ମ ର ତାତି କୁ ଖାତିର ନକରି ଘର ଘର ବୁଲି ନିଜ ଦଳ ସପକ୍ଷରେ ପ୍ରଚାର କରିବା ସହ ଜନସାଧାରଣ ଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ବିଭିନ୍ନ ଦଳ ର ପ୍ରାର୍ଥୀ, ଆଜି ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ହରପାର୍ବତୀ ମନ୍ଦିର ରେ ପୂଜାର୍ଚ୍ଚନା କରି ନିର୍ବାଚନୀ ପ୍ରଚାର ର ଶୁଭାରମ୍ଭ କରିଛନ୍ତି ବସ୍ତା ନିର୍ବାଚନ ମଣ୍ତଳୀ ବିଜେପି ବିଧାୟକ ପ୍ରାର୍ଥି ରବିନ୍ଦ୍ର ନାଥ ଅଣ୍ତିଆ ଏବଂ ବାଲେଶ୍ବର ସାଂସଦ ପ୍ରାର୍ଥି ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପ୍ରଥମେ ଲଙ୍ଗଳେଶ୍ବର ମନ୍ଦିର ରେ ପୂଜାର୍ଚନା କରିବା ପରେ ୩ ହଜାର ରୁ ଉର୍ଧ୍ବ କର୍ମୀ ଙ୍କୁ ନେଇ ନିର୍ବାଚନୀ ସଭା ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା,ଶତାଧିକ କର୍ମୀ ଅନ୍ଯ ଦଳ ଛାଡି ବିଜେପି ରେ ସାମିଲ ହେବା ପରେ ଭଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଚ ଦେଇ ସ୍ବାଗତ କରିଥିଲେ, ଏହି ଅବସରେ ରେ ଲଙ୍ଗଳେଶ୍ବର ମନ୍ଦିର ଠାରୁ ବଜାର ପର୍ଯ୍ଯନ୍ତ ଚାଲି ଚାଲି ଶୋଭାଯାତ୍ରା କରିବା ସହ ଆଗାମୀ ନିର୍ବାଚନ ରେ ଦୁଇଟି ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦେଇ ଓଡିଶା ରେ ବିଜେପି ସରକାର ଗଠନ କରିବା ସହ କେନ୍ଦ୍ର ରେ ନରେନ୍ଦ୍ର ମୋଦି ଙ୍କୁ ପୂଣି ଥରେ ପ୍ରଧାନ ମନ୍ତ୍ରୀ କରିବା ପାଂଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

===============================

କାର ଓ ବାଇକ ମୁହାଁମୁହିଁ ଧକ୍କା ୪ଜଣ ଆହତ,୨ଗୁରୁତର 

ବସ୍ତା ୦୬/୦୫: ସୋମବାର ସକାଳ ସମୟରେ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତା ପେଜଗଳା ପୋଲ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଆହତ,୨ଜଣ ଗୁରୁତର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଦୁଇଟି ବାଇକ ରେ ୬ଜଣ ଗାନ୍ଧିଛକ ରୁ ବାହାରି ବାଲିଆପାଳ ଆଭିମୁଖେ ଯାଉଥିବା ବେଳେ ପେଜଗଳା ପୋଲ ନିକଟରେ ସାମ୍ନା ପଟୁ ଏକ କାର ଆସି ଦୁଇଟି ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଂକୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି l ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ l ଖବର ପାଇ ବସ୍ତା କଂଗ୍ରେସ ର ଏକ ପ୍ରତିନିଧି ଦଳ ଡାକ୍ତରଖାନାରେ ପହଂଚି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

Sunil Chandra Nayak

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!