ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

ବନ୍ଧୁଗାଁର ୪ ଜିପିରେ ବିଜେଡିର ଶକ୍ତି ପ୍ରଦର୍ଶନ 

ବନ୍ଧୁଗାଁ ତା,୫/୫/୨୪, ଆଖି ଆଗରେ ନିର୍ବାଚନ ଯେତେ ପାଖେଇ ଆସୁଛି ନିଜ ନିଜ ଦଳର ନେତାଙ୍କ ଓ କର୍ମୀଙ୍କୁ ନେଇ ଗାରିଡି ପଞ୍ଚାୟତର ସୋଡ଼ାବାଡ଼ି ଗ୍ରାମ ଠାରୁ ଦିନ ୧୧ ଘଟିକା ସମୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ଙ୍କ ନାମରେ ସର୍ବ ପ୍ରଥମେ ଶାନ୍ତିର ପ୍ରାର୍ଥନା କରିବା ପରେ ବିଜୁ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ  ନାରା ବାଜିବାରେ ପ୍ରଚାର ଆରମ୍ଭ ହୋଇଥିଲା I ଆଜିର ଏହି ପ୍ରଚାରରେ ଅନେକ ଦୁଇ ଚକିଆ ଓ ଚାରି ଚକିଆ ଗାଡିରେ ବିଜେଡି କର୍ମୀ ଠୁଳ  ହୋଇ ରୋ ଶୋ ଓ ବାଇକ ରାଲି କରି ଗାଁ ଗାଁ ରେ ବିଜେଡି ଦଳର ଦୁଇଟି ସଂଖ ଚିନରେ ଭୋଟ ଦେଇ ବିଜୟ କରାନ୍ତୁ ବଲି ଦଳର ପ୍ରଚାର ଜୋର୍ର ସୋର ଭାବରେ ଚାଲିଥିବାର ଦେଖିବାକୁ ମିଳିଛି I କୋରାପୁଟ ଜିଲ୍ଲା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବନ୍ଧୁଗାଁ ବ୍ଲକର ଜନ -୧ ର ଗାରିଡି, କୁଟ୍ରାବେଡା, କୁମ୍ଭାରି ପୁଟ ଓ ଜାଗୁଡା ଏହି ଚାରିଗୋଟି ପଞ୍ଚାୟତର ଗ୍ରାମ ମାନଙ୍କ ଠାରେ ଆଜି ପହଁଞ୍ଚି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଭୁ ଜାନି ଓ ଜିଲ୍ଲା ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଙ୍କ କର କୋମଳରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତର ବିଜେଡି ପ୍ରେମୀଙ୍କ ସହ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ପିଡ଼ିକା, ଓ ବ୍ଲକ ମହିଳା ସଭାନେତ୍ରୀ ଶ୍ରୀମତି ମନୀଷା ମାଜି, ବ୍ଲକ ସଭାପତି ବାଲା ନାଗ, ପୂର୍ବତନ ସାଂସଦ ପ୍ରତିନିଧି ଦୁର୍ଯ୍ୟ ନାଗ, ପୂର୍ବତନ ବ୍ଲକ ସଭାପତି ସାରସାଭାଦ୍ରା ନାଗା, ବ୍ଲକ ଯୁବ ସଭାପତି କାନୁ ଚରଣ ବେବରା ବର୍ତମାନ ବିଧାୟକ ପ୍ରତିନିଧି ଶ୍ରୀ ରବିନ୍ଦ୍ର ଦେବରପଲି, ଜନ – କର୍ଡିନେଟର ଦୋଷମତି ପ୍ରାସ୍କା ଓ ୨ ର କର୍ଡିନେଟର ଉତ୍ତମ ନାୟକ, ବ୍ଲକ ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡି, ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସମାଜ ସେବି ଶ୍ରୀ ଶଙ୍କର ସାଉନ୍ତା, ମନୋଜ କୁମାର ନାୟକ ଓ ବ୍ଲକର ୧୩ ଗୋଟି ପଞ୍ଚାୟତର ୨ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ଆଜି ବିରାଟ ବଡ଼ ରାଲି ସହ ଦୁଇଟି ଶଙ୍ଖ ଚିନରେ ଗୋଟିଏ ସାଂସଦ ପ୍ରାଥୀ ଓ ଅନ୍ୟଟି ବିଧାୟକ ପ୍ରାର୍ଥୀ ପାଇଁ ଗାଁ ଗାଁ ପ୍ରଚାର କରିବା ସହ ମୋତ ଦାତାଙ୍କୁ ଦୁଇ ହାତ ଯଡି ଭୋଟ ଭିକ୍ଷା କରିଥିଲେ I ଏଥିସହ ନବୀନ ବାବୁଙ୍କୁ ଷଷ୍ଟ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ପାଇଁ ଅନେକ ଯୋଜନା ଭେଟିଦେବା ଓ ଉନ୍ମତି ମୂଳକ କାର୍ଯ୍ୟ ବିଷୟରେ ନେଇ ନାଚ ଗିତ ଗାନ କରି ରାସ୍ତାର ଧୂଳି ଉଢେଇବା ସହ କମ୍ଫେଇ ଥିବାର ଦେଖିବାକୁ ମିଳିଛି I

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

masiha

ଧର୍ମଗଡ଼ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

masiha

ଡିଲିମିଟେସନରେ ଓଡ଼ିଶାର କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଓ ବିଜେପି ଏମ୍ପିଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି

Sunil Chandra Nayak

Leave a Comment

error: Content is protected !!