ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

କଟକ : ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ଶ୍ରେଷ୍ଠ ପ୍ରାଣୀ ମଣିଷର ପାଟି ଖୋଲୁଥିବାରୁ ସେ ପାଣିର ଆବଶ୍ୟକତା ଅତି ସହଜରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଭାଈ ମାନେ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥଲେ। ଯାହା କେନ୍ଦ୍ରାପଡା ସହର ର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କ lରେ ମାଟି ପାତ୍ର ବାନ୍ଧି ତା ମଧ୍ୟ ରେ ପାଣି ରଖି ଥିଲେ। ସୁଦୂର ଆଳୀ ଅଂଚଳର ଦିବ୍ୟଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।ଆଜିର ଏହି ସେବା କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ହରିହର ନାୟକ, ଆଲୋକ କୁମାର ମଲ୍ଲିକ, ମନୋଜ କୁମାର ରାଉତ, ପ୍ରତାପ ବେହେରା ଓ ସହଦେବ ଭାଈ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ଥୁଟିବର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

Leave a Comment

error: Content is protected !!