ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ

ରାଇରଙ୍ଗପୁରରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ

 ମୟୂରଭଞ୍ଜ -୧୦/୦୫ ( ମସିହା)ଆଜି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଏ ।ସମସ୍ତ ମାଙ୍ଗଳିକ କାର୍ଯ୍ୟ, ବିବାହ,ବ୍ରତ,ଗୃହ ପ୍ରବେଶ,ନୂତନ କାମ ଆରମ୍ଭ,ନୂତନ ସଂକଳ୍ପ,ଯାନ,ଆଭୂଷଣ କ୍ରୟ ଆଦି ଶୁଭ ମନାଯାଇ ବୋଲି ଆସ୍ଥା ଓ ବିଶ୍ବାସ ଅଛି ।ଏହି ଦିନରେ ଜମିରେ ଅଖିମୁଠି ଅନୁକୂଳ କରାଯାଏ ।ଆଜି ମଧ୍ୟ ଭଗବାନ ପର୍ଶୁରାମଙ୍କ ଜନ୍ମଦିନ । ଏହି ଭଳି ମାହାତ୍ମ୍ୟ ଓ ଆଧ୍ୟାତ୍ମିକ ଦିନରେ ଶ୍ରୀ ଜୀଉମାନଙ୍କରରେ ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଏ ଆଜି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୩୭ ତମ ରଥଯାତ୍ରା ପାଇଁ ରଥ କାଠର ପୂଜାର୍ଚ୍ଚନା,ହୋମ, ଆଳତି ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଙ୍କ ଦ୍ଵାରା କରାଯାଇଥିଲା ।ପ୍ରାରମ୍ଭରେ ମନ୍ଦିର ଚୂଳରେ ନୂତନ ପତକା ଭିକି ଶର୍ମାଙ୍କ ଦ୍ଵାରା ଲଗାଯାଇଥିଲା। ତନ୍ତ୍ର ବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ସ୍ପର୍ଶ କରିଥିଲେ ରାମକୃଷ୍ଣ ମହାରଣା। ଏଥିରେ ଡାହୁକ କୃଷ୍ନ ବିହାରୀ ମହାନ୍ତି,ରଥ କମିଟିର ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ,ଭିକି ଶର୍ମା,ଆଲୋକ ଅଗ୍ରୱାଲ,ଅଶୋକ ଅଗ୍ରୱାଲ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ତୁଷାରକାନ୍ତ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ଆଚରଣବିଧି ଯୋଗୁଁ ଦେବୋତ୍ତର କମିଟି ଏବଂ କୌଣସି ପ୍ରଶାସନିକ ଅଧିକାରୀ ଯୋଗ ଦେଇ ନ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସଭାରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା ଆଲୋଚନା ଉପରେ ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ମତ

masiha

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

masiha

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!