ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ

ଗଣତନ୍ତ୍ର ଓ ବୈଜ୍ଞାନିକ ସମାଜବାଦର ଯୁଗଳବନ୍ଦୀ ହିଁ ଗଣତନ୍ତ୍ରକୁ ସୁରକ୍ଷିତ ରଖି ପାରିବ

ରାଉରକେଲା:ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ଵରେ କାର୍ଲମାର୍କସ ଜୟନ୍ତୀ, ସ୍ବତନ୍ତ୍ର ଆଲୋଚନାଚକ୍ର ଏବଂ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଅଛି। ଏହି ସାହିତ୍ୟ ସଭାରେ ବର୍ଷୀୟାନ ସ୍ତମ୍ଭକାର ଭୂପେନ ମହାପାତ୍ର ମୁଖ୍ୟ ଅତିଥି, ଏବଂ ଆଲୋଚକ ରୂପେ ମାର୍କସୀୟ ଚେତନାର ବ୍ୟାଖ୍ୟାକାର ପଶୁପତିନାଥ ଚାଟାର୍ଜୀ ଏବଂ ଗଗନ ବିହାରୀ ଧଳ ଯୋଗଦାନ କରିଥିଲେ।

ସଭା ପ୍ରାରମ୍ଭରେ ଦିବଂଗତ କବି, ଗାଳ୍ପିକ ହଳଧର ପ୍ରଧାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପୂର୍ବକ କବି ପ୍ରତାପ କୁମାର ପଣ୍ଡା ତାଙ୍କର ସାହିତ୍ୟିକ କୃତି ସମ୍ପର୍କରେ ଆଲୋଚନା ରଖି ସ୍ମୃତି ଚାରଣ କରିଥିଲେ। ପରେ ଆବାହକ ଶ୍ରୀ ମହାପାତ୍ର ମାର୍କସଙ୍କ ଜୀବନାୟନ ଓ ଜୀବନ ଦର୍ଶନ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରି ” କମ୍ୟୁନିଷ୍ଟ ମେନିଫେଷ୍ଟୋ” ଏବଂ” ଦାସ୍ କ୍ୟାପିଟାଲ” ପୁସ୍ତକ କିପରି ସାମାଜିକ ଓ ଅର୍ଥନୈତିକ ବିବର୍ତ୍ତନର ଏକ ପ୍ରଚଣ୍ଡ ଏବଂ ଯୁଗାନ୍ତକାରୀ ଦର୍ଶନ ଥିଲା,ତତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଏବଂ ମୁଖ୍ୟ ଆଲୋଚକ ଶ୍ରୀ ଚାଟାର୍ଜୀ ଏବଂ ଶ୍ରୀ ଧଳ ” ଭାରତବର୍ଷରେ ଗଣତାନ୍ତ୍ରର ଭବିଷ୍ୟତ “ସମ୍ପର୍କରେ ଆଲୋଚନା ରଖି ସ୍ବାଧୀନତାର ଛଅସ୍ତରୀ ବର୍ଷର ଇତିହାସର ବିଚିତ୍ର ବିକାଶ ଓ ଅର୍ଥନୈତିକ ଗତି ଓ ପ୍ରକୃତି ଏବଂ ଉତ୍ପାଦନ ପ୍ରଣାଳୀର କ୍ରମ ବିବର୍ତ୍ତନର ଧାରା ମଧ୍ୟରେ ଭାରତବର୍ଷର ଗଣତାନ୍ତ୍ରିକ ସମାଜବାଦର ଧାରା ଦିଗହରା ହୋଇ ପୁଞ୍ଜିସର୍ବସ୍ବ ଅର୍ଥନୀତି କିପରି ନିଷ୍ପେଷିତ ଜନତାର ଦୁଃଖ ଦୁର୍ଦ୍ଦଶା ଦୂର କରି ପାରୁନାହିଁ ତତ୍ ସମ୍ପର୍କରେ ଆଲୋଚନା ପୂର୍ବକ ପୁଞ୍ଜିବାଦୀ ଅର୍ଥନୀତି ଗଣତାନ୍ତ୍ରିକ ବିକାଶ ଧାରାରେ ବାଧକ ବୋଲି ମତପ୍ରଦାନ କରିଥିଲେ। କାବ୍ୟ ସନ୍ଧ୍ୟାରେ ସର୍ବଶ୍ରୀ ବଳରାମ ରାଉଳ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ସଞ୍ଜୀବ ଭୋଇ, ସୁଶାନ୍ତ କୁମାର ନାୟକ, ଗୌତମ ଦାସ, ପ୍ରଶାନ୍ତ ପତି,ଧୋବେଇ ବେହେରା, ଅକ୍ଷୟ ପଣ୍ଡା ପ୍ରମୁଖ କବିମାନେ କବିତା ପାଠ କରିଥିଲେ। କବି ସୁଶାନ୍ତ କୁମାର ନାୟକ ସମସ୍ତ କବିତାର ସଂଯୋଜନା ସହିତ ଆଲୋଚନା ରଖିଥିଲେ। ସଭାପତି ଶ୍ରୀ ପତି ସମସ୍ତ ସଭାର ଆଲୋଚନାକୁ ସଂକ୍ଷିପ୍ତରେ ବର୍ଣ୍ଣନା କରି ଗଣକୁ ତନ୍ତ୍ର ଗର୍ଭସ୍ଥ ନକରି ପ୍ରତିଟି କୁଟୀରକୁ ଶାନ୍ତି ଆଣି ପାରିଲେ,ପ୍ରତିଟି ମଣିଷ ଗଣତନ୍ତ୍ରକୁ ଅନୁଭବ କରିପାରିବ ବୋଲି ମତବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ , ସାହିତ୍ୟିକ ଓ ଲେଖକ ସମେତ ସର୍ବଶ୍ରୀ ଅକ୍ଷୟ କୁମାର ସାମଲ, ପ୍ରଫୁଲ୍ଲ କୁମାର ସାମଲ, ବିଚିତ୍ରାନନ୍ଦ ସାହୁ, ଡଃ ସୁମନ ଦତ୍ତ, ଡଃ ନଗେନ ଦାସ, ସୁକାନ୍ତ ମହାପାତ୍ର, ପ୍ରବୀର କୁମାର ଦୂବେ, ବିଜୟିନୀ ଜେନା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

ଲୋକଙ୍କ ପାଇଁ ବରଦାନ ସାଜିଛି ବିନ୍ଦୁମିନା ସେବା ଫାଉଣ୍ଡେସନ: ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ବର୍ଷା ବିପନ୍ନଙ୍କୁ ଦୁଆର ମୁହଁରେ ମିଳିଲା ମାଗଣା ରାସନ ଓ ଶୁଖିଲା ଖାଦ୍ୟ

Sunil Chandra Nayak

କଳାହାଣ୍ଡି ‘ସୁରଭି’ରେ ସର୍ବାଗ୍ରେ ନର୍ଲା ବ୍ଲକ୍ : ରାଜ୍ୟ ସ୍ତରକୁ ଯିବେ ୧୩ ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!