ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

କୋକସରା,୯/୪- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକରୀଚଞ୍ଚରା ମଧ୍ୟରେ ରହିଥିବା ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ମଧୁମାଧଵ ତୀର୍ଥ କ୍ଷେତ୍ରରେ ଶନିବାର ଠାରୁ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ର ଶୁଭାରମ୍ଭ ହୋଇଛି। ୧୯୭୨ ରୁ ଏହି ମଧୁମାଧଵ ପୀଠ ରେ ଶ୍ରୀରାମ ନବମୀ ମହୋତ୍ସବ ହୋଇ ଆସୁଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ପରିବେଶ ମଣ୍ଡିତ ଅତି ମନୋରମ ସ୍ଥାନ ରେ ରହିଛି ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର, ପୌରାଣିକ କଥାବସ୍ତୁ ଓ ଲୋକଶୃତି ଅନୁସାରେ ଶ୍ରୀରାମ ବନବାସ ସମୟରେ କିଛି ମୁହୂର୍ତ୍ତ ଏହି ଜଙ୍ଗଲ ମଧ୍ୟରେ ଅତିବାହିତ କରିଥିଲେ। ଯାହାର କିଛି ପଦଚିହ୍ନ ଆଜି ମଧ୍ୟ ଏହି ମଧୁମାଧଵ ତୀର୍ଥ ରେ ରହିଥିବା ନେଇ ଅଞ୍ଚଳ ର ବୁଦ୍ଧିଜୀବୀ ମତ ରଖନ୍ତି। ଆଜିକୁ ୫୦ ବର୍ଷ ହେବ ଏହି ମଧୁମାଧଵ ପୀଠ ରେ ଶ୍ରୀ ରାମ ନବମୀ ପାଳନ ହୋଇ ଆସୁଛି। ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ରାମ ନବମୀ ମହୋତ୍ସବ ପାଇଁ ଉନ୍ନୟନ କମିଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶନିବାର ଅଧିବାସ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହ ଶ୍ରୀ ରାମ ନବମୀ ମହୋତ୍ସବ ଅନୁଷ୍ଠିତ ହେବ। ବିଗତ ୨ ବର୍ଷ କୋଭିଡ କଟକଣା ଯୋଗୁଁ ମହୋତ୍ସବ ବନ୍ଦ ରହିଥିଲା । ଚଳିତ ବର୍ଷ ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ଉନ୍ନୟନ ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ନେଇ ଉନ୍ନୟନ କମିଟି ର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଅଇରି ନାସନ ଚିନ୍ଦା, ସହ ସଂପାଦକ ଆଦିତ୍ୟ ପଣ୍ଡା, ଘନଶ୍ୟାମ ନାଏକ,ସୁଧୀର ପାତ୍ର, ଅର୍ଜୁନ ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ବିରଞ୍ଚି ନାରାୟଣ ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ଚକାଡୋଳା ପାତ୍ର, ଗିରିଧର ଧଙ୍ଗଡା ମାଝୀ, ହିମାଂଚଳ ପାତ୍ର ସୁଚନା ଦେଇଛନ୍ତି। ମ ନି ସ

Related posts

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

Sunil Chandra Nayak

ଜାତୀୟ ସ୍ତରରେ ଥୁଆମୂଳ ରାମପୁର ର ସଫଳତା

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

Leave a Comment

error: Content is protected !!