ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଠାରେ ଛାତ୍ର କଂଗ୍ରେସ ର 52  ତମ ପ୍ରତିଷ୍ଠା ଦିବସ ପାଳନ 

ରୁପ୍ରା, (ମନିସ) : ନର୍ଲା ବ୍ଲକ ଅଧିନ କଲେଜ ପଡିଆ ପରିସରରେ ଶନିବାର ଦିନ ନର୍ଲା ବ୍ଲକ୍ ଛାତ୍ର କଂଗ୍ରେସ୍ ତରଫରୁ 52 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ  ଛାତ୍ର କଂଗ୍ରେସ୍ ସଭାପତି ଭକ୍ତ ଦୁର୍ଗାଙ୍କ ନେତୃତ୍ୱରେ  ଛାତ୍ର କଂଗ୍ରେସର ୫୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ ଯୋଗଦାନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ, ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ଦେବାଶିଷ କୁମାର, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସର ସଭାପତି ପ୍ରିୟରଞ୍ଜନ ବିଶି ରାଜା ଓ ନର୍ଲା ବ୍ଲକ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ପ୍ରମୁଖ ଯୋଗଦାନ କରି ନର୍ଲାରେ ଛାତ୍ର କଂଗ୍ରେସର ସାଂଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ମାର୍ଗଦର୍ଶନ ଦେବାସହ ସ୍ୱର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ଅନ୍ୟ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ। ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ଝିମିଟି ଖେଳରୁ ମହାଭାରତ ର ରୁପରେଖ         

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

Leave a Comment

error: Content is protected !!