ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

କେନ୍ଦ୍ରାପଡ଼ା :-ରାଜନଗର ବ୍ଲକର ଗୁପ୍ତି ପଂଚାୟତରେ ଚୋରା ମଦର ବନ୍ଯା ଦେଖିବାକୁ ମିଳୁଛି । ସଂନ୍ଧ୍ୟା ତ ଦୂରର କଥା, ଦିନର ଯେକୈାଣସି ମୁହୁର୍ତରେ ପ୍ରତି ଗାଁ ଓ ଛକମାନଙ୍କରେ ଚୋରା ମଦ ମିଳୁଛି । ଏପରିକି ଏହି ପଂଚାୟତ ର ଗୁପ୍ତିଠାରେ ସରକାରୀ ବିଦେଶୀ ମଦ ଦୋକାନ ରହିଛି । ଏହାସତ୍ଵେ ଗଦାଧରପୁର ଛକ, ଗୋପାଳପୁର ଛକ, ରାଜରାଜେଶ୍ଵପୁର ହାଟ ଓ ଛକ, ଓକିଲପାଳ ଛକ ଓ ଗାଁ ଗାଁ ରେ ଖୋଲି ଥିବା ପାନ ଦୋକାନ ରେ ମଧ୍ୟ ମଦ ମିଳୁ ଥିଲେ ମଧ୍ୟ ଅବକାରୀ ବିଭାଗ ନିଦା ବିଷ୍ଣୁ ସାଜିବା ଚର୍ଚ୍ଚା ଜୋର ଧରିଛି ଏହି ପଂଚାୟତ କୁ ଲାଗିଥିବା ଭିତର ଗଡ ପଂଚାୟତ ର ଶିଳପୋଖରୀ ଗାଁ ଓ ଛକରେ ବ୍ୟାପକ ଚୋରାମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ସଂନ୍ଧ୍ୟା ହେଲେ ମଦୁଆଙ୍କ ଉପଦ୍ରବରେ ଗାଁ ଛକ ଓ ଗାଁଗୁଡିକ ଅଶାନ୍ତ ହୋଇପଡୁଛି । ପାରିବାରିକ ଅଶାନ୍ତିଠାରୁ ଆରମ୍ଭ କରି ଗାଁରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ଗାଁଗୁଡିକୁ ଗୁପ୍ତି ମଦ ଦୋକାନ ଓ ଚାନ୍ଦିବାଉଁଶମୂଳ ପଂଚାୟତ ର ବାଉଁଶମୂଳ ବଜାରରେ ଥ‌ିବା ମଦ ଦୋକାନରୁ ପେଟି ପେଟି ମଦ ବାଇକ୍‌ରେ ଚୋରା ବେପାରୀମାନେ ଦିନ ଦ୍ଵିପ୍ରହରରେ ନେଉଥିଲେ ମଧ୍ଯ ପ୍ରଶାସନ ଗ୍ରୁପ ରହୁଥ‌ିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଅବକାରୀ ପୋଲିସ ନାଁକୁ ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ଚୋରା ମଦ ବେପାରୀଙ୍କୁ ମଝିରେ ମଝିରେ ଧରି ମାସିକିଆ ବଟି ଫାଇନାଲ ହେବା ପରେ ଛାଡି ଦେଉଥୁବା ଅଭିଯୋଗ ହେଉଛି । ଚୋରା ମଦକୁ କେନ୍ଦ୍ରକରି ବିଭିନ୍ନ ଗାଁରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଯେ ମଦ କାଉଣ୍ଟର ର ମାଲିକ ମାନେ ଲିଖିତ ଦର ଠାରୁ ୩୦-୪୦ ଟଙ୍କା ଅଧିକ ନେଉଛନ୍ତି । ଆଗାମୀ ଦିନରେ ଚୋରାମଦ ବିରୁଦ୍ଧରେ ସ୍ଥାନୀୟ ଅଂଚଳରେ ଆନ୍ଦୋଳନ ଦାନା ବାନ୍ଧୁଛି । ପ୍ରଶାସନ ଏହାକୁ ଗୁରୁତ୍ୱ ନଦେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।ଆଗକୁ ସାଧରଣ ନିର୍ବାଚନ ୨୦୨୪ ରହି ଥିବାରୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନେବା କୁ ଜନ ସାଧାରଣ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

Youth Icon of India:Ashirbad Mahapatra(Anup).

Sunil Chandra Nayak

ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ 

Leave a Comment

error: Content is protected !!