ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ରାଜପଥରେ ସମସ୍ତ ଗାଡ ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ ଏବଂ ପୋଲିସ

ବସ୍ତା,୧୭/୦୫ : ରାଜପଥରେ ସମସ୍ତ ଗାଡ ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ ଏବଂ ପୋଲିସ,ଚଳିତ ସାଧାରଣ ନିର୍ବାଚନକୁ ସ୍ୱଚ୍ଛତା କରିବା ସହିତ ଏଥିପାଇଁ ଯେପରି ବେଆଇବ ଅର୍ଥ କାରବାର ନହୁଏ ସେ ପ୍ରତି କଡା ନଜର ରହିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ,ସେଥିପାଇଁ ବିଭିନ୍ନ ସ୍ଥାନରେ କଡା ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ ଏବଂ ପୋଲିସ,ଶୁକ୍ରବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନ ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ମଥାନୀ ବାଇପାସ ନିକଟରେ ସମସ୍ତ ଗାଡିକୁ ତନ୍ନ ତନ୍ନ କରି ଯାଞ୍ଜ କରୁଛନ୍ତି,ଆବଶ୍ୟକ ଠାରୁ ଅଧିକ ପରିମାଣରେ ଅର୍ଥ ସାଥିରେ ନେଉଥିଲେ ତାର କାଗଜପତ୍ର ଏବଂ ସଠିକ ପ୍ରମାଣ ଦେବାକୁ ପଡିବ,ଯଦି ତାର ସମ୍ପୂର୍ଣ ତଥ୍ୟ ନଦେଇ ପାରିବେ ତାହାହେଲେ ସେହି ଅର୍ଥକୁ ଜବଦ କରାଯାଉଥିବା ସୁଚନା ରହିଛି,ଗତ ୧୪ ତାରିଖରେ ଓଡିଶା ପଶ୍ଚିମବଙ୍କ ସିମାନ୍ତ ଲକ୍ଷ୍ମଣନାଥ ଏବଂ ଆମ୍ବଳିଅଠା ନିକଟରେ ଚେକିଂ ବେଳେ ଏକ କେଜିରୁ ଅଧିକ ସୁନା ଏବଂ ୪ ଲକ୍ଷ ଟଙ୍କା ଜବଦ କରିଥିଲେ ଫ୍ଲାଇଁସ୍କ୍ୱାର୍ଡ ଏବଂ ଜଳେଶ୍ୱର ପୋଲିସ।

================================

ଟ୍ରାକ୍ଟର, ଜେସିବି ଓ ୧୦ ଜଣ ଅଟକ 

ବସ୍ତା,୧୭/୦୫ : କୁଦମାନସିଂ ଚଡ଼ ଅଂଚଳରେ ସ୍ପେଶାଲ ଟିମର ଚଢ଼ାଉ ହୋଇଛି ଛଅ ଟ୍ରାକ୍ଟର, ଗୋଟିଏ ଜେସିବି ସହିତ ଏଥିରେ ସଂପୃକ୍ତ ୧୦ ଜଣ ଥାନାରେ ଅଟକ ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବାଲିଆପାଳ କୁଦମାନସିଂ ଚଡ଼ ଅଂଚଳରୁ , ପ୍ରତ୍ୟେକ ଦିନ ଶହ ଶହ ଗୋଡି,ବାଲି, ମାଟି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ପ୍ରଶାସନ ଜାଣିଶୁଣି ସବୁ ନୀରବ ରହିଆସୁଥିଲେ । ତେବେ ଶୁକ୍ରବାର ସକାଳ ସମୟରେ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ, ସ୍ପେଶାଲ ଟିମରେ ଆଇ . ଆଇ.ସି.ପର୍ଶୁରାମ ସାହୁଙ୍କ ସହ ବାଲିଆପାଳ ଆଇ.ଆଇ.ସି ସଦାନଦ ନାୟକ ,ବାଲିଆପାଳ ସଦର ଆର.ଆଇ ବିଜୟା ଦାସ ସମେତ ଏକ ୨୦ ଜଣିଆ ଟିମ ତିନି ପ୍ଲାଟୁନ ଫୋର୍ସ କୁଦମାନସିଂ ଚଡ଼ ଅଂଚଳରେ ଚଢ଼ାଉ କରି ମାଟି ଖୋଳିବା ଓ ପରିବହନରେ ଲିପ୍ତ ଛଅ ’ ଟି ଟ୍ରାକ୍ଟର ଏବଂ ମାଟି ନିୟୋଜିତ ଜେସିବି ମେସିନକୁ ମଧ୍ଯ ଜବତ କରିଛି । ଏଥିସହିତ ଘଟଣାରେ ଜଡିତ ୧୦ ଜଣଙ୍କୁ କି ପୁଲିସ ଥାନାରେ ଅଟକ ରଖୁଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

masiha

ମିସ ଆଶନି ଏଏଲ  ହେଲେ ରାଇରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ

masiha

Leave a Comment

error: Content is protected !!