ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରି ପୁଲିସର ଜୁଲମକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧିଙ୍କ ତୀବ୍ର ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡା:୮/୪- ମ.ସି.ହା:- ବାଲେଶ୍ଵର ଜିଲ୍ଲା ନିଳଗିରି ସମ୍ବାଦ ଓ କନକ ଟିଭି ପ୍ରତିନିଧି ଲୋକନାଥ ଦଲେଇଙ୍କୁ ନୀଳଗିରି ପୁଲିସ ଆକ୍ରୋଶ ମୂଳକ ଭାବେ ଗରିଫ୍ କରିବା ପରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଚିକିତ୍ସା ଅବସ୍ଥାରେ ପୁଲିସ ଗୋଡରେ ଶିକୁଳି ବାନ୍ଧିବା ଘଟଣାକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧି ମାନେ ତୀବ୍ର ନିନ୍ଦା କରିଛନ୍ତି। ଏନେଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ କାର୍ଯ୍ଯାରତ ଗଣମାଧ୍ୟମ ପ୍ରତିନିଧି ମାନେ ଧାରଣାରେ ବସିଥିଲେ। ନୀଳଗିରି ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଥିଲେ। ମିଡିଆ କିୟାରର୍ସର ରଞ୍ଜନ ରଥ,ଗୋପରଞ୍ଜନ ବକ୍ସିପାତ୍ର, ଗୁରୁପ୍ରସାଦ ସାହୁ, ଦୀପକ ପୃଷ୍ଟି ପ୍ରମୁଖ ସମେତ୍ ଅଧିକାଂଶ କାର୍ଯ୍ଯରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

Sunil Chandra Nayak

ଓଡିଶା ସାମ୍ବାଦିକ ସଙ୍ଘ( ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!