ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଙ୍ଗ ରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ, ଯୋଗଦେଲେ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବ୍ୟକ୍ତା ପିତାମ୍ବର ଆଚାର୍ଯ୍

ତିରିଙ୍ଗ ରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ, ଯୋଗଦେଲେ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବ୍ୟକ୍ତା ପିତାମ୍ବର ଆଚାର୍ଯ୍

  ମୟୂରଭଞ୍ଜ – ୨୫/୦୫ ( ମସିହା)ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତିରିଙ୍ଗ ବ୍ଳକର ମାକଳିଡିହି ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ଓଲିଉଡ଼ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବିଜେପି ଜିଲ୍ଲା ସଂପାଦକ ମନୋଜ ଦାସ,ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ,ବିଧାୟକ ପ୍ରାର୍ଥୀ ଜଲେନ ନାଏକ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଦ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ମାକ୍ଳିଡ଼ିହି ମଡେଲ ସ୍କୁଲ୍ ପଡିଆର ଅସ୍ଥାୟୀ ହେଲିପ୍ୟାଡ ଠାରେ ଷ୍ଟାର ପ୍ରଚାରକ ସ୍ବତନ୍ତ୍ର ବାୟୁସେନାର ହେଲିକପ୍ଟର ଯୋଗେ ୨.୩୦ ଘ .ସମୟରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହିତ ଓଡ଼ିଶାରେ କିପରି ଡବଲ ଇଞ୍ଜିନ ସରକାର ଗଠନ କରାଯିବ ସେ ବିଷୟରେ ଉଦବୋଧନ ଦେଇଥିଲେ । ମୋଦୀ ସରକାରଙ୍କ ବରିଷ୍ଠ ନେତୃତ୍ୱରେ ଭାରତ ଆଜି ସାରା ବିଶ୍ବରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ।ମୋଦୀ ସରକାରଙ୍କ ବିକଶିତ ଭାରତ ନେଇ ଯେଉଁ ଜନ କଲ୍ୟାଣ ଯୋଜନା କରିଛନ୍ତି ସେଥିରେ ଗରୀବ, ଖଟିଖିଆ,ଶ୍ରମିକ,କୃଷକ,ମହିଳା,ଦିଵ୍ଯାଙ୍ଗ,ଯୁବ, ଛାତ୍ର, ମହିଳା,ବୟସ୍କ ସମସ୍ତେ ଉପକୃତ ହେବେ ।ମୋଦି ସରକାରଙ୍କ ଦ୍ବାରା ହିଁ ଏକ ସ୍ଥିର ଶାସନ ଭାରତରେ ଚାଲିବ ବୋଲି କହିଥିଲେ । ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଏବଂ ବିଧାୟକ ପ୍ରାର୍ଥୀ ଜଲେନ ନାଏକ ଯେଉଁ ଦୁଇଜଣ ପ୍ରାର୍ଥୀ ଏ ଅଂଚଳର ପୁରୁଖା ରାଜନେତାଙ୍କୁ ଦୁଇଟି ପଦ୍ମ ଫୁଲରେ ଭୋଟ ଆଶୀର୍ବାଦ ଦେବାପାଇଁ ଅନୁରୋଧ କରିଥିଲେ ।ଏହି ଜନସମାବେଶରେ ଭାରତୀୟ ଜନତା ପାର୍ଟିର ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ ସମର୍ଥକ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଣପୁର ରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟଙ୍କ ୧୦୭ ତମ ଜୟନ୍ତୀ ପାଳିତ

Sunil Chandra Nayak

ଗଡ଼ପଦା ବିଜେପି ପକ୍ଷରୁ ମୋଦୀ ମହୋତ୍ସବ , ରାଜ୍ୟରେ ସୁଶାସନ ପାଇଁ ବିଜେପି ହିଁ ବିକଳ୍ପ

masiha

୨୮ ତମ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!