ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନା ନିର୍ମାଣ ପାଇଁ ଦାବି 

ନୂତନ ଥାନା ନିର୍ମାଣ ପାଇଁ ଦାବି 

ବନ୍ଧୁଗାଁ ତା,୨୬/୦୫/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଦିନ ଥିଲା ମାଓବାଦୀଙ୍କ ଗଡ ରୂପେ ପରିଚିତ ଥିଲା । ଏଠିକି କୌଣସି ସରକାରୀ କର୍ମଚାରୀ ଆସିବାକୁ ଭୟ କରୁଥିଲେ । ଏପରିକି ଯଦି କାହାର ଏହି ବ୍ଲକ୍ କୁ ବଦଳି ହେଉଥିଲା ସିଏ ହୁଏତ ଚାକିରି ଛାଡ଼ି ଦେଉଥିଲା ନଚେତ୍ ବିଭିନ୍ନ ବାହାନା ଦେଖାଇ ବଦଳିକୁ ବାତିଲ କରି ରହିଯାଉଥିଲା । ପ୍ରତ୍ୟେକ ଦିନ ମାଓବାଦୀଙ୍କୁ ନେଇ କିଛି ନା କିଛି ଘଟଣା ଘଟୁଥିବାରୁ ଲୋକେ ପୁରା ଭୟଭୀତ ଜୀବନ କାଟୁଥିଲେ । ଯେତେ ବେଳେ ମାଓବାଦୀଙ୍କ ହିଂସା ବଢିବାରେ ଲାଗିଲା ସେହି ସମୟରେ ରାଜ୍ୟ ସରକାର ବ୍ଲକର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଏସଏଫ କ୍ୟାମ୍ପ ମାନ ତିଆରି କଲେ।ପ୍ରତ୍ୟେକ କ୍ୟାମ୍ପରେ ବିଏସଏଫ ଯବାନ ମାନେ ରହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରି  ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ଯେତେ ବେଳେ ଅଙ୍କୁଶ ଲଗାଇଲେ ସେହି ସମୟରେ ଧିରେ ଧିରେ ମାଓବାଦୀ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହେଲେ।ଫଳରେ ବନ୍ଧୁଗାଁ ବ୍ଲକ୍ ମାଓବାଦୀଙ୍କ କବଜାରୁ ମୁକୁଳିବା ପରେ ସମସ୍ତ କ୍ୟାମ୍ପ ଗୁଡ଼ିକୁ ବନ୍ଦ୍ କରିଦିଆଗଲା । ତଥାପି ରାଜ୍ୟ ସରକାର କିଛି ବୁଦ୍ଧି ଶିଖି ପାରିଲେ ନାହିଁ । ଏହି ବ୍ଲକ୍ ତେରଟି ପଞ୍ଚାୟତରେ ବିଭକ୍ତ । ବ୍ଲକ୍ ରେ ସମୁଦାୟ ୧୪୮ ଗାଁ ଥିବା ବେଳେ ଲୋକ ସଂଖ୍ୟା ୬୦ ହଜାରରୁ ଉର୍ଦ୍ଧ,ଏତେବଡ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ମୋଟରୁ ଗୋଟିଏ ଥାନା ରହିଛି । ସେଥିରେବି ହାତ ଗଣତି କିଛି ପୋଲିସ କର୍ମଚାରି ଅଛନ୍ତି । ଏତେବଡ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବାରେ ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି । କୌଣସି ସ୍ଥାନରେ କିଛି ଘଟିଲେ ସେଠାକୁ ଯାଇ ଫେରିଲା ବେଳକୁ ପୋଲିସର ଗୁଡ଼ାଏ ସମୟ ନଷ୍ଟ ହେଉଛି ।ଅଧିକାଂଶ ସ୍ଥାନକୁ ଭଲ ରାସ୍ତାଟିଏ ନଥିବା କାରଣରୁ ଅପରାଧ ଘଟିବା ସ୍ଥାନରେ ଠିକ୍ ସମୟରେ ପୋଲିସ ପହଞ୍ଚିବା କଷ୍ଟକର ହେଉଛି । ଏପରିକି ଥାନା ଠାରୁ ଅଧିକାଂଶ ଗ୍ରାମର ଗୁଡ଼ିକ ୨୦ ରୁ ୩୦ କିଲୋମିଟର ଦୂରରେ ଥିବାରୁ ପୋଲିସ ପାଖରେ ଖବର ନପହଞ୍ଚି କିଛି ଅପରାଧିକ ଘଟଣା ଲୁଚି ଯାଉଛି । ଏପରିକି ଅପରାଧୀ ମାନଙ୍କୁ ଡରିକି ଲୋକେ ଏତେଲା ଦେବା ପାଇଁ ଥାନାକୁ ଆସି ପାରୁ ନାହାନ୍ତି।କୌଣସି ସ୍ଥାନରେ କୌଣସି କାରଣ ବଶତଃ କିଏ ଯଦି ମୃତ୍ୟୁ ବରଣ କରୁଛନ୍ତି ତେବେ ଥାନାରେ ମାମଲା ଦେଇ ବ୍ୟବଚ୍ଛେଦ କରିବାକୁ ଦୁଇରୁ ତିନି ଦିନ ସମୟ ଲାଗୁଛି । ତେଣୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ବର୍ତ୍ତମାନ ଆଉ ଗୋଟିଏ ନୂତନ ଥାନା ନିର୍ମାଣ ହେଲେ ଅଞ୍ଚଳରେ ହେଉଥିବା ଅପରାଧ ଉପରେ ଲଗାମ ଲାଗି ପାରିବ ବୋଲି ସବୁ ମହଲରେ ମତ ପ୍ରକାଶ ପାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

କଲମପୁର ଠାରେ ପାଣି ପଞ୍ଚାୟତ ପକ୍ଷ ଉତ୍ସବ ପାଳନ

masiha

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

Sunil Chandra Nayak

ବିଷାକ୍ତ ସର୍ପ ପାଣିରେ ମରି ପଡିବା ଯୋଗୁଁ ପାଣି ପାଇଁ ନ ଖାଇ ରହିଲେ,ସବୁ ସେବା ଗ୍ରାମରେ ଠପ୍ ?

Sunil Chandra Nayak

Leave a Comment

error: Content is protected !!