ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

ବାଲେଶ୍ଵର,୨୭/୫/୨୪- ଗତକାଲି(୨୬/୫/୨୦୨୪) ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ଫଳାଫଳରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଟପ୍ପର ମାନଙ୍କୁ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “, ଆଳଦା, ଖଇରା, ବାଲେଶ୍ଵର ପୂର୍ବରୁ ପ୍ରଶଂସା ପତ୍ର ପ୍ରଦାନ କରିଛି ଯେଉଁ ମାନଙ୍କ ବାୟୋଡାଟା ହସ୍ତଗତ ହୋଇଥିଲା । ଏବର୍ଷ ମଧ୍ୟ ରାଜ୍ୟର ସମସ୍ତ ବ୍ଲକ ଟପ୍ପର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ପାଇଁ ” ମୋ ଅନୁଷ୍ଠାନ ” ନିଷ୍ପତ୍ତି ନେଇଛି । ଯାହା ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଏହାର ଉଦ୍ଦେଶ୍ୟ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ଏବଂ ଅନୁଷ୍ଠାନ ସୁଦୂର ପ୍ରସାରି ହେବା । ଏହି ନିଶୁକ୍ଳ ସେବା ପ୍ରଦାନ କ୍ଷେତ୍ରରେ ସହଯୋଗ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ) ଏବଂ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ । ପ୍ରକାଶ ଥାଉକି ୨୦୧୯ ମସିହାରେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଗଠିତ ଏବଂ ୨୦୨୦ ମସିହାରେ ସରକାରୀ ପଞ୍ଜିକୃତ ହୋଇ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଆଗେଇ ଚାଲିଛି । ଯାହାର ପଞ୍ଜିକୃତ ନମ୍ବର ୪୦୧୧୨୦୦୦୬୨୪/୨୦୨୦ ଏବଂ ଅନୁଷ୍ଠାନର ଯୋଗାଯୋଗ ନମ୍ବର ୯୮୫୩୧୪୨୫୧୦ ଅଟେ । ଆସନ୍ତୁ ସମସ୍ତେ ମିଳିମିଶି ସହଯୋଗ କରି ଟପ୍ପର ମାନଙ୍କୁ ପ୍ରଶଂସା ପତ୍ର ମାଧ୍ୟମରେ ଉତ୍ସାହିତ କରି ଶିକ୍ଷାକୁ ଆଗେଇ ନେବା । ରାଜ୍ୟର ସମସ୍ତ ସାମ୍ବାଦିକ/ସାମ୍ବାଦିକା, ସାହିତ୍ୟ ବନ୍ଧୁ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ସହଯୋଗ କରୁଥିବା ସଂସ୍ଥା ମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ । ମୋ ଅନୁଷ୍ଠାନ ପରିବାର ତରଫରୁ ରାଜ୍ୟର ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଚଲାପଥ କୁସୁମିତ ନିମନ୍ତେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଯେଉଁ ମାନଙ୍କ ବାୟୋଡାଟା ହସ୍ତଗତ ହେବ ସେମାନଙ୍କୁ ନିଶ୍ଚିତ ଭାବେ ଏହି ନିଶୁକ୍ଳ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ପ୍ରଶଂସା ପତ୍ର ପ୍ରସ୍ତୁତି ପରେ କେବେ କେଉଁ ଦିନ କେଉଁଠି କି ପ୍ରକାର ପ୍ରଦାନ କରାଯିବ ସୂଚନା ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଦିଆଯିବ । ବାୟୋଡାଟା ସଂଗ୍ରହର ସମୟସୀମା ଆସନ୍ତା ତା ୦୫/୬/୨୪ ରିଖ ପର୍ଯ୍ୟନ୍ତ ରଖାଯାଇଛି । ତେଣୁ ବିଳମ୍ବ ନ କରି ଖୁବ୍ ଶୀଘ୍ର ମୋବାଇଲ ନମ୍ବର ୯୮୫୩୧୪୨୫୧୦ କୁ ବାୟୋଡାଟା ପଠାଇ ଯୋଗାଯୋଗ କରିବା ହୁଅନ୍ତୁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା ପାଈଁ ସମ୍ବର୍ଦ୍ଧନା 

masiha

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!