ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସର୍ଗୀ ଫୁଲ ସମ୍ବଲପୁରୀ ଆଲବମ ସୁଟିଙ୍ଗ ଶେଷ- ଅପଲୋଡ଼ ହେବ ୟୁଟୁବ ଦେଭ ମାନସୀ କ୍ରିଏସନ ର ଅପେକ୍ଷା ରେ 

ସର୍ଗୀ ଫୁଲ ସମ୍ବଲପୁରୀ ଆଲବମ ସୁଟିଙ୍ଗ ଶେଷ- ଅପଲୋଡ଼ ହେବ ୟୁଟୁବ ଦେଭ ମାନସୀ କ୍ରିଏସନ ର ଅପେକ୍ଷା ରେ 

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ହେଉଛି କଲା ସଂସ୍କୃତି ର ଅଞ୍ଚଳ ଏଠିକାର ଗୀତିକାର, ନାଟ୍ୟକାର, କବି ଲେଖକ ନିଜ କଲା ଚାତୁରୀ ଦେଖାଇ ଓଡ଼ିଶା ନୁହେଁ ସାରା ଭାରତ ବର୍ଷରେ ନିଜ ଅଞ୍ଚଳ ର ନାମ ସହ ନିଜ ନାମକୁ କଲା କ୍ଷେତ୍ରରେ ଆଗକୁ ଆଣି ପାରିଛନ୍ତି । ଠିକ୍ ସେହିଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଖଡ଼ିଆଳ ଅଞ୍ଚଳ ର ପ୍ରଯୋଜକ ତଥା ଗୀତିକାର ଦେଭ୍ ମାନସାଇ ।

ଗ୍ରାମୀଣ ପରିବେଶ, ଜଙ୍ଗଲ ସୁରକ୍ଷା. ସର୍ଗି ଗଛ ର ମହାତ୍ମ୍ୟ ଉପରେ ସୁନ୍ଦର ଗୀତ ରଚନା କରି ଗୀତ ସହ ନୃତ୍ୟ ପରିବେଷଣ କରି ତାର ସୁଟିଙ୍ଗ ସାରିଥିବା ବେଳେ ଆସନ୍ତା କିଛି ଦିନ ଭିତରେ ଡେଭ୍ ମାନସାଇ ୟୁଟୁବ୍ ଚ୍ୟାନେଲ ରେ ଅପଲୋଡ଼ ହେବ ବୋଲି ପ୍ରଯୋଜକ ତଥା ଗୀତିକାର ପ୍ରକାଶ କରିଛନ୍ତି । ସର୍ଗିଫୁଲ ଗୀତ ର ଗାୟିକା – ସ୍ୱରୂପା ଓ ଜ୍ୟୋତିକା ଙ୍କ କଣ୍ଠ ରେ ସ୍ୱସ୍ତିକ ଷ୍ଟୁଡିଓ ଖଡ଼ିଆଳ ଠାରେ ରେକଡିଙ୍ଗ ସାରି ନୃତ୍ୟ ଗୁରୁ ତଥା କୋରିଓ ଗ୍ରାଫର୍ ପବିତ୍ର କୈବର୍ତ୍ତ ଙ୍କ ଅକ୍ଲାନ୍ତ ଉଦ୍ୟମ ରେ ଶୁଭମ ଦଣ୍ଡସେନା ଭିଡିଓ ଉତ୍ତୋଳନ କରି ଅବନ୍ତିକା ସୁପ୍ରିୟା ବବି ଖୁସି ସଲୋନୀ ଗୁସିଆ ଓ ସ୍ୱୟଂ ନିଜ କଲା ଚାତୂରୀ ପ୍ରଦର୍ଶନ ପୂର୍ବକ ନୃତ୍ୟ କରିଛନ୍ତି । ଚକନି ପଦର ଗ୍ରାମ ଓ ତାର ସୁନ୍ଦର ଜଙ୍ଗଲ ରେ ଭିଡିଓ ଉତ୍ତୋଳନ କରିବାରେ ପୂର୍ଣ୍ଣ ସହଯୋଗ ସାଥେ ଅଭିନୟ କରିଛନ୍ତି ଗ୍ରାମର ଜିତେନ୍ଦ୍ର ମାଝୀ, ସାଥିରେ ଗ୍ରାମବାସୀ ମଧ୍ୟ ଅଭିନୟ ଓ ନୃତ୍ୟ ରେ ସାମିଲ ହେଇ ଏହି ଆଲବମ କୁ ଆହୁରି ପ୍ରାଣବନ୍ତ କରିଛନ୍ତି । ସଭିଙ୍କୁ ଅନୁରୋଧ ଖୁବ ଶୀଘ୍ର ଜଙ୍ଗଲ ସମ୍ପଦ ଉପରେ ପର୍ଯ୍ୟବେଷିତ ସମ୍ବଲପୁରୀ ଭିଡ଼ିଓ ଆଲବମ ୟୁଟୁବ୍ ରେ ଦେଖି ନିଜର ମତାମତ ଦେବେ ବୋଲି ପ୍ରଯୋଜକ ଙ୍କ ସହ ଆଲବମ ରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ଅନୁରୋଧ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ .. ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

masiha

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

ରୁପ୍ରା ଠାରେ ରାମଲୀଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ , ସୀତା ବିବାହ ସହିତ ରବିବାର ପ୍ରଭୁ ଶ୍ରୀରାମଙ୍କ ବନବାସ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!