ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିବିହ୍ନ ଗ୍ରାମ ରେ ସ୍ବାଧୀନ ପ୍ରାର୍ଥୀନି ସୁପ୍ରଭା ମଲ୍ଲିକ ଙ୍କ ନିର୍ବାଚନ ପ୍ରଚାର ଅନୁଷ୍ଠିତ

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିବିହ୍ନ ଗ୍ରାମ ରେ ସ୍ବାଧୀନ ପ୍ରାର୍ଥୀନି ସୁପ୍ରଭା ମଲ୍ଲିକ ଙ୍କ ନିର୍ବାଚନ ପ୍ରଚାର ଅନୁଷ୍ଠିତ

କେନ୍ଦ୍ରାପଡ଼ା :-ମହାକାଳପଡା ବିଧାନସଭା କ୍ଷେତ୍ରରେ ଏଥର ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ସମାଜସେବିକା ସୁପ୍ରଭା ମଲ୍ଲିକ, ନିର୍ବାଚନ ଲଡ଼ୁଛନ୍ତି, ଆଜି ସେ ମହାକାଳ ପଡା ନିର୍ବାଚନ ମଣ୍ଡଳୀ ର ବିବିହ୍ନ ଗ୍ରାମ କୁ ଗ୍ରାମ ବୁଲି ଭୋଟ ଭିକ୍ଷା କରିଛନ୍ତି, ବାସ୍ତବ ରେ ସେ ଜଣେ ସମାଜସେବିକା, ସଂଗ୍ରାମୀ, , ସାମ୍ବାଦିକା, ଆମ୍ବେଦକରବାଦୀ ଓ ସାବିତ୍ରୀ ବାଇ ଫୁଲେ ଚିନ୍ତାଧାରାକୁ ଆଦର୍ଶ ଭାବେ ନେଇଥିବା ସୁପ୍ରଭା ମଲ୍ଲିକ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବେଶ ପରିଚୟ ସୃଷ୍ଟି କରିଛନ୍ତି ସମାଜର ବହୁ ଅସହାୟ, ଅବହେଳିତ, ରୋଗାଗ୍ରସ୍ତଙ୍କୁ କରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ, ବାସହରାଙ୍କୁ ଘର,ରାସନ କାର୍ଡ, ପାଣି ସମସ୍ୟା, ରାସ୍ତା ସମସ୍ୟା, ବନ୍ୟା ସମୟ ରେ ଲୋକଙ୍କୁ ସାହାଯ୍ୟ କରି ବିଭିନ୍ନ କ୍ଷେତ୍ର ରେ ବିପର୍ନ ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ ଓ ପ୍ରଶାସନ ନିକଟରେ ଆନ୍ଦୋଳନ କରି ସେମାନଙ୍କ ନିକଟତର ହୋଇ ପାରିଛନ୍ତି, ଦୀର୍ଘ ୧୫ ବର୍ଷ ଧରି ବିଭିନ୍ନ ସାହିତ୍ୟ, ସାଂସ୍କୃତିକ,କ୍ରୀଡା କ୍ଷେତ୍ରରେ ବିକାଶ ଦିଗରେ ନିଜକୁ ନିୟୋଜିତ କରି ବହୁ ଯୁବ ଗୋଷ୍ଠୀ, ବୟୋଜ୍ୟେଷ୍ଠ ମାନଙ୍କର ଅତ୍ୟନ୍ତ ପ୍ରିୟ ଭାଜନ ହୋଇଛନ୍ତି,ତାଙ୍କର ନିଜସ୍ୱ ବାସ ଘର ହେଉଛି ମାର୍ଶାଘାଇ ବ୍ଲକ ଦଶୀପୁରୁ ପଞ୍ଚାୟତରେ ଦଶିପୁରୁ ଗ୍ରାମରେ ,ସେ ଜଣେ ଚାଷୀ ପରିବାର ବୋହୁ ହୋଇ ଥିଲେ ମଧ୍ୟ ନିଜର ସରଳ, ନିଷ୍ଠାପଟ, ବ୍ୟବହାର ପାଇଁ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପରିଚୟ ଲାଭ କରିଛନ୍ତି ବିକାଶ କ୍ଷେତ୍ରରେ କାର୍ଯ୍ୟ ମଧ୍ୟ କରୁଛନ୍ତି, ଏଥି ପାଇଁ ମହାକାଳପଡା ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ତାଙ୍କ ପ୍ରତି ଆସ୍ଥା ରଖୁଛନ୍ତି, ମହାକାଳ ପଡା ବାସୀ ଙ୍କର ନିସର୍ଭ ସମର୍ଥନକୁ ସମ୍ମାନ ଜଣାଇ ଶ୍ରୀମତି ସୁପ୍ରଭା ମଲ୍ଲିକ ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀନି ଭାବେ ସେଓ ଚିହ୍ନରେ ଭୋଟ ଲଢୁଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

Sunil Chandra Nayak

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

Leave a Comment

error: Content is protected !!