ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ୍ ମୁହାଁ ହେଲେ ବୁଥ୍ ପରିଚାଳନା ଅଧିକାରୀ

ବୁଥ୍ ମୁହାଁ ହେଲେ ବୁଥ୍ ପରିଚାଳନା ଅଧିକାରୀ 

କେନ୍ଦ୍ରାପଡ଼ା, ତା ୩୦/୦୫: ଜୁନ୍ ୧ ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ୍ ରୁମ୍‌ରୁ ଇଭିଏମ୍‌ଗୁଡ଼ିକୁ ସଂଗ୍ରହ କରି ବୁଥ୍ ପରିଚାଳନା ଅଧିକାରୀମାନେ ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌କୁ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ପୋଲିଂ ପାର୍ଟିରେ ଅଛନ୍ତି ଜଣେ ପ୍ରିଜାଇଡିଙ୍ଗ୍ ଅଫିସର, ୫ଜଣ ପୋଲିଂ ଅଧିକାରୀ ଓ ଜଣେ ପୁଲିସ । ସୂଚନାଯୋଗ୍ୟ, ଆଳି, ରାଜନଗର ଓ ମହାକାଳପଡ଼ାରେ ଯଥାକ୍ରମେ ୩୧୯, ୨୮୭ ଓ ୨୮୪ଟି ବୁଥ୍ ରହିଛି । ଆସନ୍ତାକାଲି ୯୬-ପାଟକୁରା ଓ ୯୭-କେନ୍ଦ୍ରାପଡ଼ା ପାଇଁ ପୋଲିଂ ପାର୍ଟି ଯାତ୍ରା କରିବେ । ବୁଥ୍ ପରିଚାଳନା ଅଧିକାରୀମାନେ ବାଲାଟ୍ ୟୁନିଟ୍‌, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟ୍ ସହ ଭୋଟର୍ ତାଲିକା, ଭୋଟର ସ୍ଲିପ୍‌, ବ୍ୟାଟେରୀ, ଏଲ୍‌ଇଡି ଲ୍ୟାଂଟିନ୍‌, କାଳି, ଷ୍ଟାମ୍ପ, ଭୋଟିଂ କମ୍ପାର୍ଟମେଂଟ୍ ଆଦି ସମସ୍ତ ଆବଶ୍ୟକୀୟ ଉପକରଣ ସାଙ୍ଗରେ ଧରି ଯାତ୍ରା କରିଛନ୍ତି । ଜୁନ୍ ୧ରେ ଶତପ୍ରତିଶତ ଭୋଟଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିବେଦନ କରିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ତେରେସିଂହାରେ ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ

masiha

ଟାଟା ପାୱାରର ବିଦ୍ୟୁତ ବିତରଣ ଦାୟିତ୍ୱରେ ଜନ ଅସନ୍ତୋଷ ,ଚକ୍ରବୃଦ୍ଧି ହାରରେ ବିଦ୍ୟୁତ ବିଲ ଆଦାୟ ହେଉଥିବା ଅଭିଯୋଗ 

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:   ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

masiha

Leave a Comment

error: Content is protected !!