ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକରତୋଳାରେ ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ 

ଟେକରତୋଳାରେ ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ 

ଲାଞ୍ଜିଗଡ,୩୧/୦୫(ମନିସ)-କଳାହାଣ୍ଡି ଜିଲ୍ଲାରେ ଲଗାତାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ପାରଦ ୪୫ ଡିଗ୍ରୀ ଉପରେ ରହିଛି। ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ସକାଳ ୯ଟାରୁ ୪ଟା ଯାଏଁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏ ପରିସ୍ଥିତିରେ ଆଜି ଜିଲ୍ଲାର ମ. ରାମପୁର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ଗୋବର୍ଧନପୁର ପଞ୍ଚାୟତ ଟେକରତୋଳା ଗାଁରେ ଯଶୋବନ୍ତୀ ପାଢ଼ୀ(୭୦) ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସେ ପ୍ରବଳ ଖରା ଯୋଗୁଁ ଅସୁସ୍ଥ ଅନୁଭବ କରୁଥିଲେ ଓ ଦିନ ୧୨ଟା ସମୟରେ ଦୁଆର ମୁହଁରେ ଅଚେତ ହୋଇ ପଡିଯାଇଥିଲେ। ବୃଦ୍ଧା ଜଣକ ପଡ଼ିଯିବା ଦେଖି ପରିବାର ଓ ପାଖ ପଡୋଶୀ ଆସି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି କୁହାଯାଉଥିବାବେଳେ ଏନେଇ ସରକାରୀ ସ୍ତରରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି। 

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

masiha

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

masiha

Leave a Comment

error: Content is protected !!