ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖିଥିବା ରାଜନଗର ବ୍ଲକ ଟପ୍ପର୍ ଙ୍କୁ ଶ୍ରୀ ଜଗନ୍ନାଥ ଷ୍ଟଡି ସେଣ୍ଟର (SJSC) ତରଫରୁ ସମ୍ଭର୍ଦ୍ଧନା

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖିଥିବା ରାଜନଗର ବ୍ଲକ ଟପ୍ପର୍ ଙ୍କୁ ଶ୍ରୀ ଜଗନ୍ନାଥ ଷ୍ଟଡି ସେଣ୍ଟର (SJSC) ତରଫରୁ ସମ୍ଭର୍ଦ୍ଧନା

କେନ୍ଦ୍ରାପଡ଼ା :-ରାଜନଗର ବ୍ଲକ ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜନଗର ବ୍ଲକ ବଡପଲ୍ଲୀ ହାଇସ୍କୁଲ ଛାତ୍ର ଦେବୀପ୍ରସାଦ ରଥ ୫୫୨ନମ୍‌ର ରଖ୍ ବ୍ଲକର ଟପ୍ପର ହୋଇଛନ୍ତି ।ଏହି ଅବସରରେ ଶ୍ରୀ ଜଗନ୍ନାଥ ଷ୍ଟଡି ସେଣ୍ଟର (SJSC)ର କର୍ମ କର୍ତ୍ତା ମାନେ ଦେବୀ ପ୍ରସାଦ ରଥ ଙ୍କୁ ତାଙ୍କ ବାସ ଭବନ ରେ ଭେଟି ଶ୍ରୀ ଜଗନ୍ନାଥ ଷ୍ଟଡି ସେଣ୍ଟର ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା ଦେଇଥିଲେ ଓ ଆଗାମୀ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ !!ବଡପଲ୍ଲୀ ଗ୍ରାମର ମାନସ ରଥ ଓ ସର୍ଜନା ଷଡଙ୍ଗୀଙ୍କ ପୁଅ ଦେବୀପ୍ରସାଦ(କାହ୍ନା) ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । 

ଦିନକୁ ସେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ଦେଇଛନ୍ତି । ରାଜନଗର ବ୍ଲକ ର ବନବିହାରୀଜିୟୁ ଉଚ୍ଚ ବିଦ୍ୟାଳୟ ଗୋପାଳପୁରର ଛାତ୍ର ପ୍ରଶାନ୍ତ ମଣ୍ଡଳ ୫୧୧ ନମ୍ବର ରଖ୍ ବ୍ଲକରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଗୁପ୍ତି ପଞ୍ଚାୟତ ରାଜରାଜେଶ୍ୱରପୁର ଗ୍ରାମର ମହେଶ୍ଵର ମଣ୍ଡଳ ଓ ନମିତା ମଣ୍ଡଳଙ୍କ ପୁଅ ପ୍ରଶାନ୍ତ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାର ଆଶା ରଖୁଛନ୍ତି । ସେହିପରି ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ବାଘମାରୀର ଛାତ୍ର ଆକାଶ ମହାନ୍ତି ୫୦୮ ନମ୍ବର ରଖ୍ ବ୍ଲକରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମେଦନା ଗ୍ରାମ ରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଜୁନାଗଡ ବିଡ଼ିଓ ଙ୍କ ଜରିଆରେ ରାଜ୍ଯ ପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ସାଂସଦ ପାଣ୍ଠିରୁ ଖଡ୍ଗ ଭବନକୁ ସହାୟତା ଘୋଷଣା 

Sunil Chandra Nayak

Leave a Comment

error: Content is protected !!