ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

କର୍ଲାମୁଣ୍ଡା: ଆଜି ସମଗ୍ର ଅଞ୍ଚଳରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିଷୟ ବସ୍ତୁକୁ ନେଇ ଶ୍ରୀରାମ ନବମୀ ସହ ଆଜି ଠାରୁ ୧୪ଦିନ ବ୍ୟାପି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମଲୀଳା ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ପାଇଁ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ଏହି ବ୍ଲକର ତେରେସିଂହା, ବିନ୍ଧାଣୀ, ରିଷିଡା, ବ୍ରାହ୍ମଣୀମୁଣ୍ଡା, ଓଡ଼ିଆମୁଣ୍ଡା, ସୁରୁଜୁଲି, ବଡ଼ଡୁଙ୍ଗୁରୀଗୁଡ଼ା, ପୌରକେଲା, ଝାରମୁଣ୍ଡା, ପୁଟିଗାଁ, ସରଗୁଲ-ମାଳପଡ଼ା, କୁଶୁର୍ଲା, ଯୋରାଡବରା, କଣ୍ଡରେଇ, ଟେକାରୁମାଲ ଆଦି ଗ୍ରାମରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉ ଥିବାର ଜଣାଯାଏ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

Sunil Chandra Nayak

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

Leave a Comment

error: Content is protected !!