ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦକାଉଣ୍ଟରରେ ଲୋକାରଣ୍ୟ, କ୍ଷମତା ଠୁ ଅଧିକ ଚଢା ଦାମରେ ବିକ୍ରୀ, ଅସଲି ନକଲି ସଵୁ ସମାନ

ମଦକାଉଣ୍ଟରରେ ଲୋକାରଣ୍ୟ, କ୍ଷମତା ଠୁ ଅଧିକ ଚଢା ଦାମରେ ବିକ୍ରୀ, ଅସଲି ନକଲି ସଵୁ ସମାନ

ରାଜନଗର -2.6.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାନଵଡ ଗୋପାଳପୁର ପଞ୍ଚାୟତ ସଦରମହକୁମାରେ ଥିବା ବିଦେଶୀ ମଦ କାଉଣ୍ଟରରେ ଆଜି ଦେଖିବାକୁ ମିଳିଛି ମାଗଣା ରିଲିଫ ଚାଉଳ ନେଵା ଭଳି ମଦ ଗ୍ରାହକଙ୍କ ଲୋକାରଣ୍ୟ। ସେଠାରେ ବାଛ ବିଚାର ନାହିଁ ଅସଲି, ନକଲି, ବଟଲିଂ ମଦକୁ ଧାର୍ଯ୍ୟ ଦାମ ଠାରୁ ଅତ୍ୟଧିକ ଦାମରେ ବିକ୍ରି କରାଯାଉଛି । 4 ତାରିଖରେ ହେଵାକୁ ଥିବା ସାଧାରଣ ନିର୍ବାଚନ ପାଇଁ 30 ତାରିଖରୁ ସରକାର ମଦ କାଉଣ୍ଟର ଓ ମଦ ବାର ଵନ୍ଦ ରଖିଥିଲେ। ହେଲେ କାଊଣ୍ଟର ବନ୍ଦ ପୂର୍ଵଦିନ କାଉଣ୍ଟରରେ ଥିବା ସ୍ଥାନୀୟ କର୍ମଚାରୀ ମାନେ ଵାହାର ଚୋରା ବେପାରୀ ମାନଙ୍କୁ ଶହଶହ ପେଟି ବିଦେଶୀ ମଦ ଯୋଗାଇ ବିକ୍ରି କରିଥିବା ଅଭିଯୋଗ ହେଉଛି। ସେହି ମଦକୁ ଵେପାରୀମାନେ ଧାର୍ଯ୍ୟ ଦାମର ଦୁଇଗୁଣରେ ଵିକ୍ରୀ କରିଥିବା ବେଳେ ନକଲି,ଅସଲି ଓ ଵଟଲିଂ ମଦ ମଧ୍ୟ ବିକ୍ରୀ ହେଉଥିଲେ ଵି ଆଙ୍ଗୁଠି ନିର୍ଦେଶ କରିବାକୁ କର୍ମଚାରୀ ଅଭାବ ଅଛନ୍ତି । ଏହି କାଉଣ୍ଟରରେ ଯେତିକି ମଦ ପରିମିଶନ ଅଛି ତା ଠାରୁ ଵହୁ ଗୁଣରେ ମଦ ବିକ୍ରି ହେଉଛି ଵିନା ରସିଦରେ ଯାହାକି ଦୁଇଦିନ ପରେ ଆଜି ଏହି ମଦ କାଉଣ୍ଟର ଦୃଶ୍ୟରୁ ଜଣା ପଡିଛି । ହେଲେ ବିଭାଗୀୟ ସ୍ଥାଣୁ ପାଲଟି ଥିବା ବେଳେ ଅସଲି ନକଲି ନ ଦେଖି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନକଲି ମଦ ଏହି କାଉଣ୍ଟର ପକ୍ଷରୁ ଛଡା ଯାଉଥିବା ବହୁ ମଦ୍ୟପ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଗୋପାଳପୁରୁ ସ୍ଥିତ ମଦ କାଉଣ୍ଟର ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାଵି ହୋଇଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ନାନ୍ଦକନା ପ୍ରାଥମିକ ବିଦ୍ୟାଳୟରେ ଵାର୍ଷିକ ଉତ୍ସବ

masiha

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ  ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 

masiha

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!