ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମଠ, ମନ୍ଦିର,ଦେବାଳୟ,ପୁର ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

ରାଇରଙ୍ଗପୁର ମଠ, ମନ୍ଦିର,ଦେବାଳୟ,ପୁର ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

 ମୟୂରଭଞ୍ଜ -୭/୦୬ ମସିହା // ଅସ୍ମୀତା ଓଡ଼ିଆଙ୍କ ବାର ମାସରେ ତେର ପରଵ ।ସେହି ପର୍ବପର୍ବାଣୀରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟାରେ ପଡ଼ୁଥିବା ସାବିତ୍ରୀ ବ୍ରତ ଅନନ୍ୟ ଅଟେ ।ମଥାରେ ସିମନ୍ତନୀ ତଥା ସାତ ଜନ୍ମର ସାଥି ଦେଇଥିବା ନିଜ ସ୍ଵାମୀଙ୍କ ସୁସ୍ଥ , ଦୀର୍ଘାୟୁ ଓ ପରିବାରର ମଙ୍ଗଳ କାମନା ପାଇଁ ଏହି ଆଧ୍ୟାତ୍ମିକ ଧାର୍ମିକ ପର୍ବ ସଧବା ମହାରଣାମାନେ କରିଥାନ୍ତି । ଗୁରୁବାର ଦିନ ଏହି ମହାନ ପର୍ବକୁ ହିନ୍ଦୁ ମହିଳାମାନେ ମଠ, ମନ୍ଦିର,ଦେବାଳୟ,ଗୃହେ ଗୃହେ ପୂଜାର୍ଚ୍ଚନା ସହ ଧୂମଧାମରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।ଏହି ଦିନ ସଧବା ମହିଳାମାନେ ସକାଳୁ ଶୌଚ ଓ ସ୍ନାନ ସାରି ନଵଵସ୍ତ୍ର , ନାଲି ଚୂଡି,ଅଳତା ମଥାରେ ସିନ୍ଦୂର,ପାନିଆ,ଆଇନା, ବିଭିନ୍ନ ପ୍ରକାରର ଫଳମୂଳ ଆମ୍ବ,ପଣସ,କଦଳୀ,ନଡ଼ିଆ ,ହେଉ,ଲିଚୁ,ତାଳ, କନ୍ଦମୂଳ,କମଳା,ଖଜୁରୀ,ସପୂରୀ,ଅଙ୍ଗୁର, ତରଭୁଜ,ନଡ଼ିଆ, ଡାଳିମ୍ବ,ଧୂପ,ଦୀପ ନେଇ ମହିଳାମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ ।ପରେ ମହିଳାମାନେ ନବ ବସ୍ତ୍ର ପରିଧାନ କରି ନିଜ ହାତ ଜନମର ସାଥୀ ସ୍ବାମୀଙ୍କ ଚରଣ ଛୁଇଁ ଆଶୀର୍ବାଦ ନେବା ସହ ଘରେ ବଡବଡିଆ ଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ ।ଘର ଗୁଡ଼ିକରେ ଏକ ଆଧ୍ୟାତ୍ମିକ ପରିଵେଶ ହୋଇ ଉଠିଥିଲା । ଚଳିତ ବର୍ଷ ୨୦୨୪ ନିର୍ବାଚନ ଜୁନ ୩୧ ତାରିଖରେ‌ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତଙ୍କ ଘରେ ପଡ଼ିଥିଲା ।ଫଳବଜାର ଆକାଶଛୁଆଁ ହେବା ସତ୍ବେ ସାବିତ୍ରୀ ବ୍ରତ ପାଳନ ପାଇଁ ଆବଶ୍ୟକୀୟ ପାଣ୍ଠି ମା’ ଲକ୍ଷ୍ମୀ ଯୋଗାଇ ଦେଇଥିଲେ ।ଖୁସିଵାସିରେ ସାବିତ୍ରୀ ବ୍ରତ ପାଳିତ ହୋଇ ଯାଇଥିଲା । କିମ୍ବଦନ୍ତୀ ରହିଛି ଯେ ମହାସତୀ ସାବିତ୍ରୀ ନିଜର ପତିଭକ୍ତି,ବାକଚଟୁତା, ଚତୁରତା,ଅଗାଧ ଭଗବତ୍ ବିଶ୍ବାସ,ଆତ୍ମ ବିଶ୍ବାସ କାରଣରୁ ମୃତ୍ୟୁ ର ଦେବତା ଯମରାଜାଙ୍କୁ ସନ୍ତୁଷ୍ଟ କରି ନିଜ ସ୍ଵାମୀ ସତ୍ୟବାନ୍ ଙ୍କୁ ପୁନଃ ଜୀବନ ଦେବା ସହିତ ଶଶୁର ଙ୍କ ଅନ୍ଧତ୍ବ ଦୂର କରିଥିଲେ ଓ ଶଶୁର, ସ୍ବାମୀଙ୍କ ହାରି ଯାଇଥିବା ରାଜ୍ୟକୁ ଫେରସ୍ତ ଆଣି ପାରିଥିଲେ ।ସେହି ମହାନ ସତୀ ନାରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସ୍ବାମୀଙ୍କ ଦୀର୍ଘାୟୁ ଓ ସୁସ୍ଥ କାମନା ପାଇଁ ନାରୀମାନେ ସାବିତ୍ରୀ ବ୍ରତ କେଉଁ ଆବାହମାନ କାଳରୁ ପାଳନ କରି ଆସୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ସାଇନିଂ ୱାର୍ଲଡ଼ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!