ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

ନବରଙ୍ଗପୁର (୭|୬)(ରବି ନାରାୟଣ ମହାନ୍ତି)ସାଙ୍ଗ ସାଥିଙ୍କ ସହିତ ହସଖୁସିରେ ଖେଳକୁଦ କରୁଥିବା ବୟସରେ ଜଣେ ନାବାଳିକା ହଠାତ ଭିନ୍ନକ୍ଷମ ହୋଇ ଘରେ ବସି ପଡିବ,ତେବେ ଗରିବ ମାଁ ବାପା ଙ୍କ ଉପରେ ବିଜୁଳି ପଡିଲା ଭଳି ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି l ଭିନ୍ନକ୍ଷମ ପ୍ରମାଣପତ୍ର ନ ଥିବାରୁ ସରକାର ଙ୍କ ତରଫରୁ ଭିନ୍ନକ୍ଷମ ପେନସନ କିମ୍ଵା ଚାଉଳ ଟିକେ ମିଳୁନି ନାବାଳିକା ଙ୍କୁ ଏଭଳି ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି lନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଂଚାୟତ ଅଧୀନରେ ଥିବା ଭେନସ ପିପଲପାରା ଗ୍ରାମରେ lସୂଚନା ଅନୁଯାଇ ଭେନସ ପିପଲପାରା ଗ୍ରାମର ଦୁଆରାମ ରାଉତ ଜଣେ କୁଲି ମଜୁରିଆ, ସେ କୁଲି କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳାନ୍ତି,ବିଧି ର ବିଧାନ ଦୁଆରାମ ରାଉତ ଙ୍କ ୫ ବର୍ଷୀୟା ନାବାଳିକା ଜିତେଶ୍ବରୀ ରାଉତ ଜନ୍ମରୁ ଭଲ ଥିଲା lକିନ୍ତୁ ହଠାତ ଭିନ୍ନକ୍ଷମ ପାଲଟି ଗଲେ, କିଛି ବର୍ଷେ ପୂର୍ବେ ଜ୍ୱର ହୋଇଥିଲା l କିନ୍ତୁ ସେହି ଜ୍ୱର ତାର କାଳ ହୋଇଯିବ, ତାହା କେହି ଭାବି ବି ନ ଥିଲେ l ଜ୍ୱର ହେବାଦ୍ବାରା ଜିତେଶ୍ବରୀ ନିଜର ଦୁଇ ଗୋଡ଼ ଓ ଦୁଇ ହାତ ରୁ ଭିନ୍ନକ୍ଷମ ହୋଇ ପଡିଲେ lତାଙ୍କ ଦୁଇ ଗୋଡ଼ ଧୀରେ ଧୀରେ ବଙ୍କା ହେବା ସହ ହାତ ରେ କୌଣସି ଶକ୍ତି ସାଉଁଟି ପାରୁନାହାନ୍ତି କି ନିଜ ହାତରେ କୌଣସି ଖାଦ୍ୟ ଖାଇ ପାରୁନାହାନ୍ତି l ଯାହାଫଳରେ ତାଙ୍କ ନିତ୍ୟକର୍ମ ତାଙ୍କ ମାଁ କାନ୍ଧ ରେ ବୋହି ନେଇ କରିଦିଅନ୍ତି,ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ମାଁ ଙ୍କ କାନ୍ଧ ଉପରେ ନିର୍ଭର କରନ୍ତି !ଗଲାବର୍ଷ ପ୍ରଶାସନ ତରଫରୁ ମେଡିକାଲ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା କିନ୍ତୁ ଦୁଃଖର ବିଷୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ କିଛି ସୁଧାର ହେଉନାହିଁ ପ୍ରଶାସନ ଯଥାଶୀଘ୍ର ଜିତେଶ୍ବରୀ ଙ୍କୁ ଭିନ୍ନକ୍ଷମ ପେନସନ ଟିଏ ଯୋଗେଇ ଦେବା ସହ ଚାଉଳ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ପାଖେ ନିବେଦନ କରିଛନ୍ତି l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍

Related posts

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ ରେ…..

masiha

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ୧୦ରେ ବାମନଘାଟୀ ବନ୍ଦ

Sunil Chandra Nayak

ସେପ୍ଟେମ୍ବର ୬ କଳା ଦିବସ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!