ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

 ଓଡ଼ିଶାରେ ବିଜେପି ବାଜିମାତ୍‌ କରିବା ପରେ ସରକାର ଗଢ଼ିବାକୁ ଯାଉଛି । ତେବେ ବିଜେପି ମନ୍ତ୍ରୀ ମଣ୍ଡଳରେ ବଲାଙ୍ଗିର ଜିଲ୍ଲାର ବିଜେପି ବିଧାୟକ ମାନଙ୍କ ମଧ୍ୟରୁ କିଏ ସାମିଲ୍‌ ହେବେ, ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଂଟାବାଂଜି ଆସନରୁ ହରାଇଛନ୍ତି ବିଧାୟକ ଲକ୍ଷ୍ମଣ ବାଗ । ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଯୋଗୁଁ ସେ କଂଟାବାଂଜିରେ ଇତିହାସ ସୃଷ୍ଟି କରିଛନ୍ତି । ଏଣୁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ପାଟଣାଗଡ଼ରେ ୫ ଥର ବିଧାୟକ ହେବା ପରେ ଗତଥର ଆସନ ହରାଇଥିଲେ ବି ଚଳିତ ନିର୍ବାଚନରେ ପୁଣି ପାଟଣାଗଡ଼ ବିଧାୟକ ଭାବେ ଜୟଯୁକ୍ତ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ । ପୁଣି କନକ ବର୍ଦ୍ଧନ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା । ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କନକ ବର୍ଦ୍ଧନ ମଧ୍ୟ ଅତ୍ୟନ୍ତ ଯୋଗ୍ୟତମ ବିଧାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବାକୁ ବୋଲି ଆଲୋଚନା ହେଉଛି । ଲୋଇସିଂହା ବିଧାୟକ ଆସନରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ଡ. ମୁକେଶ ମହାଲିଙ୍ଗ । ସିନିଅର୍‌ ସାଇନ୍‌ଟିଷ୍ଟ ପଦବୀରୁ ଆସି ରାଜନୀତିରେ ଯୋଗ ଦେଇଛନ୍ତି ଡ. ମହାଲିଙ୍ଗ । ଏ ଦୃଷ୍ଟିରୁ ଦେଖିଲେ, ମନ୍ତ୍ରୀ ମଣ୍ଡଳରେ ଡ. ମହାଲିଙ୍ଗ ରହିବା ଦରକାର ବୋଲି ତାଙ୍କ ସାଥୀ ସମର୍ଥକମାନେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ହେଭିୱେଟ୍‌ ନେତ୍ରୀ ଟୁକୁନି ସାହୁଙ୍କୁ ହେଭି ଭୋଟ୍‌ ମାର୍ଜିନ୍‌ରେ ପରାଜିତ କରିଥିବା ନବୀନ ଜୈନଙ୍କ ଦକ୍ଷତାକୁ ମଧ୍ୟ ଅଣଦେଖା କରାଯାଇ ନପାରେ । ସେ ମଧ୍ୟ ଜଣେ ଯୋଗ୍ୟ ବିଧାୟକ ମନ୍ତ୍ରୀ ପଦ ପାଇଁ । ତେବେ ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନଥିଲେ ବି ଜିଲ୍ଲାରୁ ନିଶ୍ଚୟ ଜଣକୁ ମନ୍ତ୍ରୀ ପଦ ମିଳିବ ବୋଲି ଏବେଚର୍ଚ୍ଚା ହେଉଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବିଜେଡି ତରଫରୁ ସ୍ବର୍ଗତ ରଘୁନାଥ ମହାନ୍ତି (ଝୀନ)ଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

ବିଜେପି ର ବନ୍ଧୁଗାଁ ବ୍ଲକ ଘେରାଉ 

masiha

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!