ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା

ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା 

ଡାବୁଗାଁ, ୯/୬ (ମ.ନି.ସ.)- ରବିବାର ଡାବୁଗାଁ ବିଜେପି ତରଫରୁ ମାଁ ଠାକୁରାଣୀଙ୍କ ମନ୍ଦିର ରେ ବିଶେଷ ପୂଜାର୍ଚ୍ଚନା କରା ଯାଇଥିଲା । ଶତାଧିକ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଡାବୁଗାଁ ର ବିକାଶ ପାଇଁ ମାଁ ଙ୍କ ଆଶୀର୍ବାଦ ମାଗିଥିଲେ। ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଉପ ସଭାପତି ଭୀମସେନ ଜେନା, ଭେଙ୍କଟ ରାଓ, ନରେସ ସିଂ, ପଞ୍ଚାୟତ ସଭାପତି ଦିନେଶ ସିଂ, ନରୁ ସିଂ, ସୁନିଲ୍ ସିଂ, ତ୍ରୀନାଥ ସିଂ, ରତନ କଲାର, ଯୁବମୋର୍ଚ୍ଚା ସଭାପତି ଓ୍ବାଈ. ରାଜକୁମାର, ଜି. ସତ୍ୟା ରାଓ, କିରଣ ରାଓ, ଜଗନ୍ନାଥ ଗୌଡ, ଲକ୍ଷ୍ମୀ ଜାନୀ, ଆସ୍ତମା ଗୌଡ, କୁଳ ଡଙ୍ଗରୀ, ପିଣ୍ଟୁ ଗଣ୍ଡ, ବନ୍ଧୁ ମାଝୀ, ଅର୍ଜୁନ ଜାନୀ, ଆଦିତ୍ୟ ରଞ୍ଜନ ସ୍ବାଇଁ, ଗୋବିନ୍ଦ ମାଝୀ, ଦିନବନ୍ଧୁ ପୂଜାରୀ, ଭଗତ କଲାର, ଭଗବାନ ଭତ୍ରା ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ମାଁ ଙ୍କ ପୂଜାର୍ଚ୍ଚନା ସମୟରେ ଉପସ୍ଥିତ ଥିଲେ। କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର ଗଠନ ହେଉଥିବା କାରଣରୁ ଏବଂ ଡାବୁଗାଁ ମାଟି ର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା। ମଣ୍ଡଳ ସଭାପତି ଡବଲ ଇଞ୍ଜିନ ସରକାର ପାଇଁ ମାନସିକ କରିଥିବା ସ୍ଥଳେ , ସଫଳତା ପରେ ମାଁ ଠାକୁରାଣୀ ପୂଜା କରାଯାଇଥିଲା । ସବକା ସାଥ ଓ ସବକା ବିକାଶ ଏଥର ଓଡ଼ିଶା ବିକାଶ କୁ ଦୃଢ କରିବ ବୋଲି କାର୍ଯ୍ୟକର୍ତ୍ତା ମାନେ ଆଶା ବ୍ୟକ୍ତ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

ଭାରତୀୟ ଜନତା ପାର୍ଟି ପକ୍ଷରୁ ମନ କି ବାତ” କର୍ମଶାଳା  ଅନୁଷ୍ଠିତ 

Sunil Chandra Nayak

୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି

Leave a Comment

error: Content is protected !!